ପବିତ୍ର କୈଳାସ ମାନସରୋବର ଯାତ୍ରାର ଶୁଭାରମ୍ଭ

Jun 21, 2026 - 20:38

ନୂଆଦିଲ୍ଲୀ: ପବିତ୍ର କୈଳାସ ମାନସରୋବର ଯାତ୍ରାର ଶୁଭାରମ୍ଭ ହୋଇଛି। ଶନିବାର ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ନାଥୁ ଲା ପାସ୍‌ (ଗିରିପଥ)ରେ ଭାରତ-ଚୀନ୍ ସୀମା ଦେଇ ଚୀନ୍‌ରେ ପ୍ରବେଶ କରିଛନ୍ତି। ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳକୁ ସିକ୍କିମ ରାଜ୍ୟପାଳ ଓମ୍‌ ପ୍ରକାଶ ମାଥୁର ପତାକା ଦେଖାଇ ବିଦାୟ ଦେଇଥିଲେ। ଏହି ଅବସରରେ ସକ୍କିମ ପର୍ଯ୍ୟଟନ ମନ୍ତ୍ରୀ ସେରିଂ ଟି ଭୁଟିଆ ଓ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମର ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଥମ ଦଳରେ ୪୪ ଜଣ ତୀର୍ଥଯାତ୍ରୀ ଅଛନ୍ତି, ଯେଉଁଥିରେ ଚାରି ଜଣ ଲିଆଜନ ଅଧିକାରୀ ଓ ଜଣେ ମେଡିକାଲ ଅଧିକାରୀ ଅଛନ୍ତି।
ଏହି ଦଳରେ ୩୨ ଜଣ ପୁରୁଷ ଓ ୧୨ ଜଣ ମହିଳା ଅଛନ୍ତି ଯେଉଁମାନେ ବିହାର, ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ, ତାମିଲନାଡୁ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ ଓ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ପ୍ରତିନିଧିତ୍ୱ କରୁଛନ୍ତି। କୈଳାସ ମାନସରୋବର ଯାତ୍ରା ଆରମ୍ଭ ପୂର୍ବରୁ ସିକ୍କିମ ମୁଖ୍ୟ ସଚିବ ଆର୍ ତେଲାଙ୍ଗ ସ୍ଥାନର ଆତିଥ୍ୟ, ମେଡିକାଲ ସୁବିଧା, ବିଦ୍ୟୁତ୍‌ ଓ ଜଳ ଯୋଗାଣ, ରାସ୍ତା ଅବସ୍ଥା, ଟ୍ରାଫିକ ପରିଚାଳନା, ନେଟୱର୍କ ସଂଯୋଗ, କଷ୍ଟମ୍‌ କ୍ଲିୟରାନ୍ସ ଆଦି ବ୍ୟବସ୍ଥାର ସମୀକ୍ଷା କରିଥିଲେ। କୈଳାସ ମାନସରୋବର ଯାତ୍ରାରେ ସାମିଲ ଶ୍ରଦ୍ଧାଳଙ୍କୁ ବୟସ ୩୦ରୁ ୭୦ ବର୍ଷ ମଧ୍ୟରେ ଥିବା ଜଣାପଡ଼ିଛି