ଗତ ରାତିରେ ସିରିଜ୍‌ ଦୁର୍ଘଟଣା

Jun 17, 2026 - 16:37

ଭୁବନେଶ୍ୱର : ଭୁବନେଶ୍ୱର ସୈନିକ ସ୍କୁଲ୍‌ ରାସ୍ତାରେ ଗତ ରାତିରେ ସିରିଜ୍‌ ଦୁର୍ଘଟଣା ହୋଇଥିଲା। ଘଟଣାରେ ଗତକାଲି ୨ଜଣ ପ୍ରାଣ ହାରଥିବା ବେଳେ ଆଜି ସକାଳୁ ଆଉ ଜଣେ ପ୍ରାଣ ହରାଇଛନ୍ତି।
ଗତ ରାତିରେ ଏହି ଦୁର୍ଘଟଣାରେ ଏକ କାର୍‌ ଅଟୋ ସହ ଏକାଧିକ ବାଇକ୍‌ କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗତକାଲି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ହୋଇଥିଲେ। ଗୁରୁତରଙ୍କ ମଧ୍ୟରୁ ଆଜି ଜଣେ ଘରୋଇ ମେଡିକାଲ ରେ ମୃତ୍ୟୁ ବରଣ କରିଛନ୍ତି।
ଗତକାଲି ହିଁ ଗାଡିର ଡ୍ରାଇଭର ଅନୀଲ ଗୌଡ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ପୁଲିସ ଘଟଣାର ତଦନ୍ତ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।