ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବୋହୂଙ୍କ ଧାରଣା, ଘରେ ପଶିବାକୁ ନଦେବା ଅଭିଯୋଗ

Nov 24, 2026 - 14:34
ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବୋହୂଙ୍କ ଧାରଣା, ଘରେ ପଶିବାକୁ ନଦେବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ:  ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଲେ ବୋହୂ । ଶ୍ୱଶୁର ଘର ସମ୍ନାରେ ଧାରଣାରେ ବସିଲେ ବୋହୂ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ଶୀତେଶ୍ୱର ରାସ୍ତାରେ ଏଭଳି ଯାଜପୁର ଟାଉନ ଥାନା ଅନ୍ତର୍ଗତ ଶୀତେଶ୍ୱର ରାସ୍ତାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ୱାମୀଙ୍କ ସହ ଛାଡ଼ପତ୍ର ମାମଲା ଦୀର୍ଘ ୪ ବର୍ଷ ଧରି ଅଦାଲତରେ ବିଚାରାଧୀନ ଥିବା ବେଳେ ଶ୍ୱଶୁରଙ୍କ ଶୁଦ୍ଧିକ୍ରିୟାକୁ ଆସି ଘରେ ପ୍ରବେଶ କରିବାକୁ ନପାଇ ଧାରଣାରେ ବସିଛନ୍ତି ବୋହୂ । ଯାଆ ଓ ଦେଢ଼ଶୁର ତାଙ୍କୁ ମାଡ଼ ମାରି ଘରେ ପୁରାଇ ଦେଉନଥିବା ଅଭିଯୋଗ ଆଣିଛନ୍ତି ମହିଳା । ଘଟଣାସ୍ଥଳରେ ଯାଜପୁର ଟାଉନ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି । ଅନ୍ୟପଟେ ଶାଶୁଘର ଲୋକଙ୍କ କହିବା କଥା ମାମଲା ବିଚାରାଧୀନ ଥିବାବେଳେ ଅଧିକ ଟଙ୍କା ଦାବି କରି ମହିଳା ଏଭଳି ପ୍ରହସନ କରୁଛନ୍ତି । ଶ୍ୱଶୁରଙ୍କ ଦେହାନ୍ତ କାର୍ଯ୍ୟକ୍ରମରେ ଜାଣିଶୁଣି ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ଆଣିଛନ୍ତି । ଉଭୟ ପକ୍ଷକୁ ଆଧାର କରି ପୋଲିସ ତଦନ୍ତ ଜାରିରଖିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)