ନବରାତ୍ରର ପ୍ରଥମ ଦିନରେ ମା’ଙ୍କ ଦୁର୍ଲଭ ବେଶ

Oct 11, 2026 - 12:11
ନବରାତ୍ରର ପ୍ରଥମ ଦିନରେ ମା’ଙ୍କ ଦୁର୍ଲଭ ବେଶ

ନନ୍ଦିଘୋଷ ବ୍ୟୁରୋ: ଧରାପୃଷ୍ଠରେ ଅବତରଣ କରିବେ ଜଗତଜନନୀ ମା’ ଦୁର୍ଗା । ସେଥିପାଇଁ ଆଜିଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ଶକ୍ତି ପୀଠରେ ଚାଲିଛି ଷୋଡଶ ଉପଚାର ପୂଜାବିଧି । ମା’ଙ୍କ ବେଶ ଦର୍ଶନ ପାଇଁ ବିଭିନ୍ନ ଶକ୍ତି ପୀଠରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ମନସ୍କାମନା ପୂରଣ ପାଇଁ ଶ୍ରଦ୍ଧାଳୁମାନେ ୯ ଦିନ ଧରି ମା’ଙ୍କ ବ୍ରତ ରଖିଛନ୍ତି  । ଆଉ ନବରାତ୍ରର ପ୍ରଥମ ଦିନରେ ରାଜ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ଗଡଚଣ୍ଡୀ । ସେହିପରି ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ଵରୀ । ଆଜି ଠାରୁ ଦଶହରା ପର୍ଯ୍ୟନ୍ତ ନବ ଦିନାତ୍ମକ ପୂଜା ଅବସରରେ ପ୍ରତ୍ୟେହ ଭିନ୍ନ ଭିନ୍ନ ବେଶରେ ଦେବେ ଦର୍ଶନ ମା’ । ଏଥିପାଇଁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ ପରିଲକ୍ଷିତ ହେଉଛି । ପ୍ରତିଦିନ ସକାଳୁ ଓ ସନ୍ଧ୍ୟା ସମୟରେ ମାଙ୍କୁ ଦର୍ଶନ କରି ନିଜ ମାନସିକ ପୂରଣ କରୁଛନ୍ତି ଭକ୍ତମାନେ । ସନ୍ଧ୍ୟା ସମୟରେ ମାଙ୍କ ମହାଆଳତୀ ଦେଖିବାକୁ ଦୂରଦୂରାନ୍ତରୁ ଭକ୍ତଙ୍କ ସୁଅ ଛୁଟୁଛି ।

ସେପଟେ ନବରାତ୍ରୀ ପାଇଁ  ଆଜିଠାରୁ ସ୍ୱତନ୍ତ୍ର ପୂଜା ଆରମ୍ଭ ହେଉଥିବାବେଳେ ସମ୍ବଲପୁରର ମା ଘଣ୍ଟେଶ୍ୱରୀ ମନ୍ଦିରରେ ମଧ୍ୟ ମହା ଆଡମ୍ବରରେ ଆରମ୍ଭ ହୋଇଛି ନବରାତ୍ରୀ ପୂଜା l ମା ଘଣ୍ଟେଶ୍ଵରୀଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ  ମା ଙ୍କ ନିକଟକୁ ଆସୁଥିବା ବେଳେ ସମସ୍ତେ କିଭଳି ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିପାରିବେ ସେନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l ବିଶ୍ୱାସ ରହିଛି ଯେ ମା ଘଣ୍ଟେଶ୍ଵରୀଙ୍କ ନିକଟରେ ଘଣ୍ଟି ଟିଏ ବାନ୍ଧିଦେଲେ ମାନସିକ ପୂରଣ ହୋଇଯାଏ ତେଣୁ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି  । ଅନ୍ୟପଟେ ରାୟଗଡା ଜିଲ୍ଲା କାଶୀପୁରର ପ୍ରସିଦ୍ଧ ଶକ୍ତିପୀଠ ମା’ ମାଣିକେଶ୍ବରୀଙ୍କ ମନ୍ଦିରରେ ଆଜି ଠାରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ନିତିକାନ୍ତୀ । ମା ମାଣିକେଶ୍ବରୀଙ୍କୁ ବର୍ଷସାରା ଛିନ୍ନମସ୍ତା ରୂପେ ପୂଜା ପାଉଥିବା ବେଳେ ଆଜି ଠାରୁ ଦଶମି ତିଥି ପର୍ଯ୍ୟନ୍ତ ୧୦ ଦିନ ଧରି ମାଙ୍କ ମସ୍ତକ ବିହିନ ଶରୀରକୁ ପୂଜା କରାଯାଏ। ଏହି ମସ୍ତକ ବିହିନ ଦେବିଙ୍କୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରି ଆଶିଷ ଲାଭ କରିଥାନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)