ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…
ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଉତ୍ତରପ୍ରଦେଶର ସେଖ କାଲିମ୍ (୩୮), ମଣିକରାଜ ପାଲ (୩୮) ଏବଂ ବରଗଡ଼ ଖଜୁରଟିକ୍ରାର ସଚିନ ମିଶ୍ର (୨୫)। ସେମାନଙ୍କ ନିକଟରୁ ୨୬୪ ଗ୍ରାମ ବ୍ରାଉନସୁଗାର ଭର୍ତ୍ତି ଏକ ପଲିଥିନ୍ ଜବତ କରାଯାଇଛି। ଗୁରୁବାର କୋର୍ଟ ଚାଲାଣ କରାଯାଇଛି ବୋଲି ବରଗଡ଼ ଏସ୍ପି ରବୀନ୍ଦ୍ରନାଥ ଶତପଥୀ ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।