ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୪ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍
ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଅଭିଯୁକ୍ତମାନେ ହେଲେ ବରଗଡ଼ ସହର ତଳିପଡାର ସୋନୁ ସାହୁ (୨୪), ଟାଙ୍ଗରପଡାର ବାବଲୁ ଭୁଏ (୨୦) ଏବଂ ବରଗଡ଼ ସଦର ଥାନା କୈଳାସ ନଗର ନିବାସୀ ଜି. ରବିପ୍ରସାଦ (୪୫) । ଅଭିଯୁକ୍ତ ଜି. ରବିପ୍ରସାଦ (୪୫) ଅନ୍ୟ ୨ଅଭିଯୁକ୍ତଙ୍କଠାରୁ ଚୋରି ସାମଗ୍ରୀ ଗ୍ରହଣ କରିଥିଲେ ବୋଲି ପୋଲିସ ସୂଚନା ଦେଇଛି । ଅଭିଯୁକ୍ତଙ୍କ ପାଖରୁ ଲୁଟପାଟ ସମୟରେ ବ୍ୟବହୃତ ସ୍କୁଟି ସମେତ ସୁନା, ରୂପା ଗହଣା ଜବତ ହୋଇଥିବା ବରଗଡ଼ ଏସପି ରବିନ୍ଦ୍ରନାଥ ଶତପଥୀ ସୂଚନା ଦେଇଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।