ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା: ନୂଆ ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ନୀତି ନିୟମ ଉପରେ ସଚେତନ କରାଇ…

Jul 23, 2026 - 15:03
ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା: ନୂଆ ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ନୀତି ନିୟମ ଉପରେ ସଚେତନ କରାଇ…

ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ନିମନ୍ତେ ପ୍ରବେଶ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂତନ ଛାତ୍ରୀଛାତ୍ରଙ୍କୁ ସ୍ବାଗତ କରାଯିବା ସହ ସରକାରଙ୍କ ନୀତି ନିୟମ ଉପରେ ସଚେତନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଗଗନ ବିହାରୀ ପୁରୋହିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ସେ ଛାତ୍ରୀଛାତ୍ରଙ୍କୁ ଶୃଙ୍ଖଳିତ ଜୀବନ ବିତାଇବା ସହ କର୍ମଠ ହେବାକୁ ଆହ୍ବାନ କରିଥିଲେ। ତା’ହେଲେ ଯାଇ ପିଲାମାନେ ଆଗକୁ ବଢ଼ିପାରିବ। ଭବିଷ୍ୟତ ଗଢ଼ିବାର ପ୍ରକୃତ ସମୟ ହେଉଛି ବର୍ତ୍ତମାନ। ତେଣୁ ଉକ୍ତ ସମୟର ସଦ୍‌ବିନିଯୋଗ କରି ଛାତ୍ରୀଛାତ୍ର ଆଗକୁ ବଢ଼ିବାକୁ ଅଧ୍ୟକ୍ଷ ଆହ୍ବାନ କରିଥିଲେ। ଯୁକ୍ତ ୨ ନାମ ଲେଖା ସଂଯୋଜକ ଅଧ୍ୟାପକ ପ୍ରତ୍ୟୁଷ କାର୍ଜୀ
ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ ମହାବିଦ୍ୟାଳୟର ଶୃଙ୍ଖଳା ସମ୍ପର୍କରେ ସଚେତନ କରାଇଥିଲେ। ଏଥିସହ ଅନ୍‌ଲାଇନ କ୍ଲାସ, ସେଲ୍ଫ ଡିଫେନ୍ସ ଓ ଅନ୍ୟାନ୍ୟ ଛାତ୍ର କଲ୍ୟାଣମୂଳକ ବିଷୟ ଉପରେ କହିଥିଲେ। ଛାତ୍ରୀଛାତ୍ର ମହାବିଦ୍ୟାଳୟର ସୋସିଆଲ ମିଡିଆ ପ୍ଲାଟଫର୍ମ ସହ ଯୋଡ଼ି ହୋଇ ବିଭିନ୍ନ ଶିକ୍ଷାମୂଳକ ଓ ସହଶିକ୍ଷା କାର୍ଯ୍ୟକ୍ରମର ସୂଚନା ପାଇବାକୁ ଛାତ୍ରୀଛାତ୍ରଙ୍କୁ କାର୍ଜୀ ଆହ୍ବାନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମହାପାତ୍ର, ଅଧ୍ୟାପକ ରଜତ ମିଶ୍ର, ଆଇକ୍ୟୁଏସି ସଂଯୋଜକ ଡ. ଦେବାଶିଷ ସ୍ବାଇଁ, ଷ୍ଟାଫ୍‌ କାଉନସିଲ ସେକ୍ରେଟାରୀ ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ ଓ ଯୁକ୍ତ ୨ ନାମ ଲେଖା ଇନ୍‌ଚାର୍ଜ ଅର୍ପଣ ପ୍ରଧାନ, ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ଅଧ୍ୟାପକ ଡ. ରବୀନ୍ଦ୍ର କୁମାର ମିଶ୍ର, ଯୁକ୍ତ ୨ ଭୋକେସନାଲ କଲେଜର ଅଧ୍ୟାପକ ଆର୍‌. ହରିଶ, ଦୁର୍ଗା ପ୍ରସାଦ ସାହୁ,ବିଦେଶୀ ରାଉତ ଓ ଅଧ୍ୟାପିକା ସ୍ମରଣିକା ପାଢ଼ୀ, ମିନାକ୍ଷୀ ପ୍ରଧାନ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କ ନିୟମିତ ଉପସ୍ଥାନ ଉପରେ ଗୁରୁତ୍ୱାରୋପ କରାଯାଇ ୭୫ ପ୍ରତିଶତ ଉପସ୍ଥାନ ନ ଥିଲେ ନିୟମାନୁସାରେ ନାମଲେଖା ଓ ପରୀକ୍ଷା ସମ୍ପର୍କିତ ସୁବିଧା ପ୍ରଭାବିତ ହୋଇପାରେ ବୋଲି ସଚେତନ କରାଯାଇଥିଲା। ୟୁନିଫର୍ମ ପିନ୍ଧି କଲେଜ ଆସିବେ। କଲେଜ ପରିସରରେ ଛାତ୍ରୀଛାତ୍ର ଶୃଙ୍ଖଳିତ ଜୀବନ ବିତାଇବାକୁ ଉପସ୍ଥିତ ଅତିଥିମାନେ ଆହ୍ବାନ କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।