ଦେବୀ ପୀଠରେ ଚାଲିଛି ମାଁ ଙ୍କ ଷୋଡ଼ଷ ଉପଚାର ପୂଜା
କୋଣାର୍କ : ମୂଳାଷ୍ଟମୀରୁ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା। ରାଜ୍ୟର ସବୁ ଶକ୍ତିପୀଠ ଏବେ ଚଳଚଞ୍ଚଳ। ପ୍ରାଚୀ ତଟବାସିନୀ କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ପୀଠରେ ଆଜି ଷୋଡଶ ପୂଜାର ଚତୁର୍ଥ ଦିନ। ଷୋଡଶ ବେଶ, ଷୋଡଶ ଭୋଗରେ ଝଲସୁଛି ମା’ଙ୍କ ପୀଠ। କିନ୍ତୁ ଆଜିର ରାତି ସବୁଠୁ ସ୍ୱତନ୍ତ୍ର। ଆଜି ହେଉଛି ପବିତ୍ର ନିଶା ମଙ୍ଗଳବାର। ଯେଉଁ ରାତିରେ ସାରା ଦୁନିଆ ସୋଇଯାଏ, ସେହି ରାତିରେ ପୁଅ ପାଇଁ ଅନିଦ୍ରା ରହନ୍ତି ହଜାର ହଜାର ମା’। ପରିବାର ଓ ସନ୍ତାନର ମଙ୍ଗଳ ପାଇଁ ବ୍ରତ ରଖନ୍ତି। ବିଶ୍ୱାସ ଅଛି, ଏହି ରାତିରେ ମା’ ମଙ୍ଗଳା ନିଶା ଭ୍ରମଣ କରନ୍ତି ଓ ମନସ୍କାମନା ପୂରଣ କରନ୍ତି। ଶକ୍ତିପୀଠରେ ଶଙ୍ଖ, ଘଣ୍ଟ, ଘଣ୍ଟାର ଧ୍ୱନିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର। ଆଜି ଶକ୍ତି ସ୍ୱରୂପିଣୀ ମା ମଙ୍ଗଳା ସୁନା ବେଶରେ ଦର୍ଶନ ଦେଉଛନ୍ତି। ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା ,ଉଗ୍ରତାରା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । କଟକ ଚଣ୍ଡି ଉଗ୍ର ତାରା ବେଶ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
