ଦୁର୍ଦାନ୍ତ ଅପରାଧୀଘନଶ୍ୟାମ ବେହେରା ଓରଫ କାଳିଆକୁ ଏନକାଉଣ୍ଟର
ବ୍ରହ୍ମପୁର: ଦୁର୍ଦାନ୍ତ ଅପରାଧୀଘନଶ୍ୟାମ ବେହେରା ଓରଫ କାଳିଆକୁ ଏନକାଉଣ୍ଟର କରିଛି ଗଞ୍ଜାମ ପୁଲିସ। କାଳିଆର ଆଣ୍ଠୁରେ ବାଜିଛି ଗୁଳି। ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀ ଓ ତାଙ୍କ ଟିମ୍ ସହ କୋଦଳା -ସିଂହାସିନି ରୋଡରେ ମୁହାଁମୁହିଁ ହୋଇଥିଲା କାଳିଆ। ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ପାଲଟା ଜବାବ ଦେଇଥିଲା ପୁଲିସ। କାଳିଆର ଆଣ୍ଠୁରେ ବାଜିଛି ଗୁଳି।
ଏମକେସିଜିକୁ ସ୍ଥାନାନ୍ତର
ତାକୁ ତତକ୍ଷଣାତ୍ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। କିନ୍ତୁ ତାର ଅବସ୍ଥା ସଂକଟାପନ୍ନ ହେବାକୁ କାଳିଆକୁ ଏମକେସିଜି ମେଡିକାଲକଲେଜ୍ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଓ ଡକାୟତି ଭଳି ବହୁ ସଂଗୀନ ମାମଲା କାଳିଆ ନାମରେ ରହିଥିବା ଜଣାପଡିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।