ଦୀପାବଳି ପୂର୍ବରୁ ଜଟଣୀ ବାଣ ବଜାରରେ ଜମିଲାଣି ଭିଡ଼

Nov 02, 2026 - 23:40
ଦୀପାବଳି ପୂର୍ବରୁ ଜଟଣୀ ବାଣ ବଜାରରେ ଜମିଲାଣି ଭିଡ଼

ନନ୍ଦିଘୋଷ ବ୍ୟୁରୋ:  ଆସୁଛି ଆଲୋକର ପର୍ବ ଦୀପାବଳି। ବାଣ ଦୋକାନରେ ଜମିଲାଣି ଭିଡ଼। ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗ ଓ ଫ୍ୟାନ୍ସି ବାଣରେ ଭରିଛି ଦୋକାନ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବାଣ ଗୋଦାମରେ ବ୍ୟବସାୟୀଙ୍କ ଭିଡ଼ ବଢ଼ିବାରେ ଲାଗିଛି। ନିଜ ଅଞ୍ଚଳରେ ବାଣ ବିକ୍ରି କରିବା ପାଇଁ ହୋଲସେଲ୍ରେ କିଣି ନେଉଛନ୍ତି ବ୍ୟବସାୟୀ। ବିଭିନ୍ନ ପ୍ରକାରର ବାଣର ଦର ଜାଣିବା ସହ କିଣାବିକାର ମେଲିଛି ପସରା। ଆଗକୁ ସିଧାସଳଖ ଗ୍ରାହକଙ୍କ ଭିଡ଼ ଜମିବ ବୋଲି ଆଶା ରଖିଛନ୍ତି ହୋଲସେଲ୍ ବ୍ୟବସାୟୀ ।

ଚଳିତ ବର୍ଷ ବାଣ ବଜାରରେ ଆକର୍ଷଣ ପାଲଟିଛି ବିଭିନ୍ନ ପ୍ରକାରର ଫ୍ୟାନ୍ସି ବାଣ । ଏହି ବାଣଗୁଡ଼ିକ ଗ୍ରାହକଙ୍କୁ ଆକର୍ଷିତ କରିବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି । ସେପଟେ ବ୍ୟାକ ଟୁ ବ୍ୟାକ ଅର୍ଣ୍ଣବ ଓ ମୁରାସୁ ବାତ୍ୟା ପାଇଁ ଚଳିତ ବର୍ଷ ବାଣ ବ୍ୟବସାୟ ଆଶା ଠାରୁ କମ ବିକ୍ରି ହେବାର ପୂର୍ବାନୁମାନ କରିଛନ୍ତି ଖୁଚୁରା ବେପାରୀ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)