ଦିଲ୍ଲୀ ପୋଲିସର ବଡ଼ ଆକ୍ସନ୍, ବିକ୍ଷୋଭସ୍ଥଳ ତାଲିକାରୁ କଟିଲା ଯନ୍ତର ମନ୍ତର ନାମ

Oct 12, 2026 - 16:23
ଦିଲ୍ଲୀ ପୋଲିସର ବଡ଼ ଆକ୍ସନ୍, ବିକ୍ଷୋଭସ୍ଥଳ ତାଲିକାରୁ କଟିଲା ଯନ୍ତର ମନ୍ତର ନାମ

ଦିଲ୍ଲୀ ପୋଲିସର ବଡ଼ ଆକ୍ସନ୍, ଯନ୍ତର ମନ୍ତରରେ ଧାରଣାକୁ ନା

ନନ୍ଦିଘୋଷ ବ୍ୟୁରୋ: ଏଣିକି ଯନ୍ତର ମନ୍ତରେ ଶୁଭିବନି ପ୍ରତିବାଦର ନାରା । ଦିନେ ଯେଉଁ ସ୍ଥାନରେ ସରକାରଙ୍କୁ ଘେରିବା ନେଇ ରଣନୀତି ପ୍ରସ୍ତୁତ ହେଉଥିଲା । ଦିନେ ଯେଉଁ ସ୍ଥାନ ପ୍ରତିବାଦ ନାରାରେ କମ୍ପି ଉଠୁଥିଲା । ଯେଉଁଠାରେ ନିଜ ଅଧିକାର ପାଇଁ ହଜାର ହଜାର ବିକ୍ଷୋଭକାରୀଙ୍କ ସମାଗମ ହେଉଥିଲା ସେ ସ୍ଥାନରେ ଏବେ ନୀରବତାର ଦୃଶ୍ୟ ଦେଖିବାକୁ ମିଳିବ । ନା ଶୁଭିବ ନେତାଙ୍କ ଗର୍ଜନ ନା ଭାଷଣ। ନା ଦେଖିବାକୁ ମିଳିବ ସରକାରୀ ବିରୋଧୀ ପ୍ଲା କାର୍ଡ଼ ।

ସୂଚନା ଅନୁଯାୟୀ, ଯନ୍ତର ମନ୍ତରକୁ ମିଳିଥିବା ଧାର୍ଯ୍ୟ ବିକ୍ଷୋଭ ସ୍ଥଳର ମାନ୍ୟତା ପ୍ରତ୍ୟାହାର କରି ନିଆଯାଇଛି। ଏନେଇ ଆଜି ଦିଲ୍ଲୀ ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏବେ ଯନ୍ତର ମନ୍ତରରେ ଆଉ କୌଣସି ପ୍ରକାରର ଆନ୍ଦୋଳନ, ଧାରଣା କିମ୍ବା ଅନଶନ ହୋଇପାରିବ ନାହିଁ। ଦିଲ୍ଲୀ ପୋଲିସ ଯନ୍ତର ମନ୍ତରକୁ ଆନୁଷ୍ଠାନିକ ଭାବେ ମିଳିଥିବା ପ୍ରଦର୍ଶନ ସ୍ଥଳର ମାନ୍ୟତାକୁ ପ୍ରତ୍ୟାହାର କରି ନେଇଛି। ଏହା ସହିତ ରାଜଧାନୀରେ ବିରୋଧ ପ୍ରଦର୍ଶନ ଓ ଧାରଣା ପାଇଁ ରାମଲୀଲା ମଇଦାନ ସମେତ ତିନୋଟି ସ୍ଥାନ ଚିହ୍ନଟ କରାଯାଇଥିବା କହିଛି ଦିଲ୍ଲୀ ପୋଲିସ।

ଯନ୍ତର ମନ୍ତରରେ ବିରୋଧୀ ଓ କକ୍ରୋଜ୍ ଜନତା ପାର୍ଟି ଆନ୍ଦୋଳନ କରିବାକୁ ଚାହୁଁଥିବା ବେଳେ ଏହାକୁ ନେଇ ବିବାଦ ଲାଗି ରହିଥିଲା । ବହୁ ସମୟରେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ବାଦ ବିବାଦ ଭିତରେ ଏଭଳି ଖବର ସାମ୍ନାକୁ ଆସିଛି। ପ୍ରକାଶ ଥାଉ କି, ୨୦୨୨ ଏପ୍ରିଲ ୨୮ ତାରିଖରେ ଯନ୍ତର ମନ୍ତରକୁ ଧାର୍ଯ୍ୟ ବିକ୍ଷୋଭ ସ୍ଥଳ ଭାବେ ଚିହ୍ନଟ କରାଯାଇଥିଲା ।

 

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)