ଦର୍ଶକ ସବୁକିଛି

Jul 12, 2026 - 10:28
ଦର୍ଶକ ସବୁକିଛି

 

ନିକଟରେ ମୁକ୍ତିଲାଭ କରିଥିବା ନୂଆ ଚଳଚ୍ଚିତ୍ର ବେବି ଡୁ ଡାଇ ଡୁର ପ୍ରଚାର ପାଇଁ ଶୁକ୍ରବାର ଦିନ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବଲିଉଡ ଅଭିନେତ୍ରୀ ହୁମା କୁରେସୀ ଏବଂ ଫିଲ୍ମର ଷ୍ଟାରକାଷ୍ଟ ଡେରାଡୁନ୍ରେ ପହଞ୍ଚିଛନ୍ତି । ଏହି ଅବସରରେ ସିନେମାର ପ୍ରମୋସନ କରିବା ସହ ଟିମ୍ ଗଣମାଧ୍ୟମ ସହ ଆଲୋଚନା କରି ଫିଲ୍ମର କାହାଣୀ, ଦର୍ଶକଙ୍କଠାରୁ ମିଳୁଥିବା ସମର୍ଥନ ଏବଂ ପ୍ରଚାର ଅଭିଯାନ ବିଷୟରେ ସୂଚନା ଦେଇଛନ୍ତି । ପ୍ରେକ୍ଷାଳୟରେ ଫିଲ୍ମ ରିଲିଜ୍ ହେବା ଦିନଠାରୁ ଦେଶର ବିଭିନ୍ନ ସିନେମା ହଲ୍ରେ ଶୋହାଉସଫୁଲ୍ ଚାଲିଥିବାବେଳେ ଏହି ପ୍ରତିକ୍ରିୟାକୁ ନିକଟରୁ ଦେଖିବା ଏବଂ ଦର୍ଶକଙ୍କ ସହ ସିଧାସଳଖ ଆଲୋଚନା କରି ଫିଡବ୍ୟାକ୍ ନେବା ପାଇଁ ସମ୍ପୂର୍ଣ୍ଣ ଟିମ୍ ବିଭିନ୍ନ ସହର ଗସ୍ତ କରୁଛନ୍ତି ।  ହୁମା କହିଛନ୍ତି ଯେ, ଏହା ଏକ ଅପେକ୍ଷାକୃତ ଛୋଟ ଚଳଚ୍ଚିତ୍ର ଏବଂ ଏହାର ବଡ଼ ସ୍ତରରେ ପ୍ରଚାର ପାଇଁ ବଜେଟ୍ ନାହିଁ । ତେଣୁ ଦର୍ଶକମାନେ ହିଁ ସେମାନଙ୍କର ସବୁଠାରୁ ବଡ଼ ପ୍ରଚାର ମାଧ୍ୟମ ପାଲଟିଛନ୍ତି । ମୁମ୍ବାଇର ଅପରାଧ ଦୁନିଆ ପୃଷ୍ଠଭୂମି ଉପରେ ଆଧାରିତ ଏହି ଫିଲ୍ମରେ କନ୍ଷ୍ଟ୍ରକ୍ସନ ମାଫିଆ, ଅପରାଧ ଏବଂ ରୋମାଞ୍ଚ ସହ ହାସ୍ୟରସର ଉପାଦାନଗୁଡ଼ିକୁ ସୁନ୍ଦର ଭାବେ ସଂଯୋଜିତ କରାଯାଇଛି । ଯେଉଁଥିରେ ସସପେନ୍ସ, କ୍ରାଇମ୍, ଥ୍ରୀଲର ଏବଂ କମେଡିର ଏକ ନିଆରା ମିଶ୍ରଣ ଦେଖିବାକୁ ମିଳିବ । ଫିଲ୍ମରେ ହୁମା କୁରେଶୀଙ୍କ ସହ ରଚିତ ସିଂହ ଏବଂ ମନୋରଥ ଶେଖାବତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ଏହି ମୌଳିକ ତଥା ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ରକୁ ସିନେମା ହଲ୍କୁ ଯାଇ ଦେଖିବା ପାଇଁ ସମଗ୍ର ଷ୍ଟାରକାଷ୍ଟ ଡେରାଡୁନ୍ର ଦର୍ଶକମାନଙ୍କୁ ନିବେଦନ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।