ଡିଜେଲ ଦରବୃଦ୍ଧି ୭ ଟଙ୍କାରେ ସୀମିତ ରଖାଯାଇଛି: ମୋଦୀ

Nov 12, 2026 - 22:57
ଡିଜେଲ ଦରବୃଦ୍ଧି ୭ ଟଙ୍କାରେ ସୀମିତ ରଖାଯାଇଛି: ମୋଦୀ

ନୂଆଦିଲ୍ଲୀ : ପଶ୍ଚିମ ଏସିଆ ସଙ୍କଟ କାରଣରୁ ତେଲ ଦର ବଢ଼ିଯାଇଛି ।

ଏଥିପାଇଁ ଦେଶରେ ଡିଜେଲ ଦର ଲିଟର ପିଛା ୫୦ ଟଙ୍କା ବଢ଼ାଇବାର ଆବଶ୍ୟକତା ଥିଲା ।

କିନ୍ତୁ ଗ୍ରାହକଙ୍କୁ ସୁରକ୍ଷା ଦେବାପାଇଁ ସରକାର ଅଧିକାଂଶ ବୋଝକୁ ନିଜେ ବହନ କରି ଡିଜେଲ ଦରବୃଦ୍ଧିକୁ ଲିଟର ପିଛା ୭ ଟଙ୍କାରେ ସୀମିତ ରଖିଥିଲେ ।

ଗୁରୁବାର ଭାରତ ମଣ୍ଡପରେ ଆୟୋଜିତ 'ଇଣ୍ଡିଆ ଟୁଡେ'ର ଭାରତ କୃଷି ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି ।

Advertisment ଡିଜେଲ ଦରବୃଦ୍ଧି ଜନିତ ପ୍ରଭାବରୁ ଖାଉଟିଙ୍କୁ ସୁରକ୍ଷା ଦେବାପାଇଁ ସରକାରଙ୍କୁ ପ୍ରତିମାସରେ ୧୪ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ବହନ କରିବାକୁ ପଡ଼ୁଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ବୃଦ୍ଧିର ପ୍ରଭାବରରୁ ପରିବାର, କୃଷକ , ପରିବହନକାରୀ ଏବଂ ବ୍ୟବସାୟକୁ ସୁରକ୍ଷା, ଦେବା ଲକ୍ଷ୍ୟରେ‌ ଏଭଳି ନିଷ୍ପତ୍ତି ନିଆଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Wedding: ଚର୍ଚ୍ଚାରେ କାବ୍ୟାଙ୍କ ବ୍ରାଇଡାଲ୍ ଲୁକ୍ ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପ୍ରାକୃତିକ ଚାଷ ପାଇଁ ଦୃଢ଼ ମତ ରଖିଛନ୍ତି ।

ଚାଷକାର୍ଯ୍ୟରେ ରାସାୟନିକ ସାମଗ୍ରୀର ବ୍ୟବହାର ଦ୍ବାରା ପୃଥିବୀ ମାତା ନଷ୍ଟ ହେଉଛି ।

ପୃଥିବୀ ମାତାର ଆମେ ସନ୍ତାନ ।

ଆମ ଆଖି ଆଗରେ ନିଜ ମାଆକୁ ହତ୍ୟା କରୁଛୁ ।

ରାସାୟନିକ ସାମଗ୍ରୀ ବ୍ୟବହାରରୁ ଚାଷଜମିକୁ ସୁରକ୍ଷା ଦେବାରୁ ବିଫଳ ହେଲେ ଏହାର ଗୁରୁତର ପରିଣତି ଭବିଷ୍ୟତ ପିଢ଼ି ଉପରେ‌ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କାର୍ଯ୍ୟକ୍ରମରେ ଉଦ୍‌‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କୃଷକମାନଙ୍କ ରସାୟନିକ ସାମଗ୍ରୀ ମୁକ୍ତ ଚାଷ କରିବା ପାଇଁ ଆହ୍ବାନ କରିଛନ୍ତି ।

ଏଥିସହିତ ଜୈବିକ ଓ ପ୍ରାକୃତିକ ଚାଷ କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ ଉଲ୍ଲେଖ କରିଛନ୍ତି ।

ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଇ ଦେବା ପାଇଁ ଗତ ୧୨ ବର୍ଷରେ ସରକାର ୧୬ ଲକ୍ଷ କୋଟି ଟଙ୍କା ବ୍ୟୟ କରିଛନ୍ତି ‌ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)