ଟାଇଟ ପ୍ୟାଣ୍ଟ ନେଲା ପଦବୀ

Jul 26, 2026 - 12:24
ଟାଇଟ ପ୍ୟାଣ୍ଟ ନେଲା ପଦବୀ

 

ତୁର୍କୀର ଅର୍ଦାହାନ ପ୍ରଦେଶର ଗଭର୍ଣ୍ଣର ମେହମତ ଫାତିହ ଚିଚେକଲୀ ସାଇକ୍ଲିଂକୁ ପ୍ରୋତ୍ସାହିତ କରିବା ପାଇଁ  ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ତେବେ ଏଥିରେ ସେ ଟାଇଟ୍ ସାଇକ୍ଲିଂ ପ୍ୟାଣ୍ଟ୍ ପିନ୍ଧି ଭାଗ ନେବା ପରେ, ତାଙ୍କର ଏହି ପୋଷାକକୁ ପଦବୀ ଓ ସାଂସ୍କୃତିକ ପରମ୍ପରାର ବିରୋଧୀ ଦର୍ଶାଇ ସୋସିଆଲ ମିଡିଆରେ ବିରୋଧ ଦେଖିବାକୁ ମିଳିଥିଲା । ଏହାପରେ ରାଷ୍ଟ୍ରପତିଙ୍କ ଆଦେଶକ୍ରମେ ତାଙ୍କୁ ଗଭର୍ଣ୍ଣର ପଦରୁ ହଟାଇ ଦିଆଯାଇଛି। ତେବେ ଏହି କାର୍ଯ୍ୟାନୁଷ୍ଠାନ ପରେ ଗଭର୍ଣ୍ଣର ଚିଚେକଲୀ ସ୍ପଷ୍ଟ କରିଛନ୍ତି ଯେ ସେ କେବଳ ସାଇକ୍ଲିଂ ପାଇଁ ଉଦ୍ଦିଷ୍ଟ ସାଧାରଣ ସ୍ପୋର୍ଟସ୍ ଡ୍ରେସ୍ ପିନ୍ଧିଥିଲେ। ଅପରପକ୍ଷରେ ତାଙ୍କ ସମର୍ଥନରେ ୧୦ ହଜାରରୁ ଅଧିକ ଲୋକ ତାଙ୍କ ପୁନଃସ୍ଥାପନ ପାଇଁ ପିଟିସନରେ ସ୍ୱାକ୍ଷର କରିବା ସହ ସାଇକେଲ ଚାଳକମାନେ ତାଙ୍କ ବିଦାୟ ସମୟରେ ଏକ ସମର୍ଥନ ସାଇକେଲ ରାଲି ବାହାର କରିଥିବା ଜଣା ପଡିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।