13 JUNE 2026

Welcome!

Unlock your personalized experience.
Sign Up

ଜେଲରେ ରହିବେ ଖାନ ସାରଙ୍କ ଦୁଇ ବଡି ଗାର୍ଡ , ରୋଶନ ଆନନ୍ଦଙ୍କ ଜାମିନ ଆବେଦନର ଶୁଣାଣି ପୁଣି ଟଳିଲା

Jun 13, 2026 - 05:48
ଜେଲରେ ରହିବେ ଖାନ ସାରଙ୍କ ଦୁଇ ବଡି ଗାର୍ଡ , ରୋଶନ ଆନନ୍ଦଙ୍କ ଜାମିନ ଆବେଦନର ଶୁଣାଣି ପୁଣି ଟଳିଲା

ପାଟନା – ପାଟନାର ଚର୍ଚ୍ଚିତ କୋଚିଂ ଶିକ୍ଷକ ଖାନ ସାରଙ୍କ ଦୁଇ ଜଣ ବଡିଗାର୍ଡ ବର୍ତ୍ତମାନ ଜେଲରେ ହିଁ ରହିବେ। କୋର୍ଟ ଶୁକ୍ରବାର ଦିନ ଦୁହିଁଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଜ୍ଞାନ ବିନ୍ଦୁ କୋଚିଂ ଏକାଡେମୀ ସହ ବିବାଦ ବେଳେ ତାଙ୍କ ଉପରେ ଫାୟାରିଂ କରିବାର ଅଭିଯୋଗ ହୋଇଛି। ଦୁହେଁ ଫାଙ୍କା ଗୁଳି ଚଳାଉ ଥିବାର ଭିଡିଓ ଭାଇରାଲ ହୋଇ ଥିଲା। ଏହି କେସରେ ଫୈଜଲ ଖାନ ଓରଫ ଖାନ ସାର ମଧ୍ୟ ଅଭିଯୁକ୍ତ ହୋଇଛନ୍ତି। କିନ୍ତୁ ତାଙ୍କର ଗିରଫଦାରୀ ଉପରେ ବର୍ତ୍ତମାନ ରୋକ୍ ଲାଗିଛି। ଅନ୍ୟପଟେ , ଜ୍ଞାନ ବିନ୍ଦୁର ଡାଇରେକ୍ଟର ରୋଶନ ସାରଙ୍କ ଜାମିନ ଆବେଦନ ଉପରେ ଶୁଣାଣି ପୁଣି ଥରେ ଟଳିଛି। ଏବେ ସୋମବାର ଏହା ଉପରେ ଶୁଣାଣି ହୋଇ ପାରେ। ସେ ମଧ୍ୟ ବେଉର ଜେଲରେ ଅଛନ୍ତି। ତାଙ୍କୁ ଖାନ ସାରଙ୍କ କୋଚିଂ ସେଣ୍ଟରରେ ଭଙ୍ଗାରୁଜା, ପଥର ଫିଙ୍ଗିବା ଓ ଗାର୍ଡଙ୍କୁ ମାଡ଼ ମାରିବା ମାମଲାରେ ଅଭିଯୁକ୍ତ କରାଯାଇ ଥିଲା।

ପାଟନା ସ୍ଥିତ ପ୍ରଥମ ଶ୍ରେଣୀ ଜୁଡିସିଆଲ ମାଜିଷ୍ଟ୍ରେଟ୍ ଅନୁରାଗ ବର୍ମାଙ୍କ କୋର୍ଟରେ, ଗୁରୁବାର ଖାନ ସାରଙ୍କ ଦୁଇ ଜଣ ଗାର୍ଡ ପ୍ରଦୀପ କୁମାର ଓ ତାଳେଶ୍ୱର ସିଂହଙ୍କ ନିୟମିତ ଜାମିନ ଆବେଦନରେ ଦୁଇ ପକ୍ଷକାରଙ୍କ ଯୁକ୍ତି ଶେଷ କରି ଥିଲେ। କୋର୍ଟ ଉଭୟ ଗାର୍ଡଙ୍କ ନିୟମିତ ଜାମିନ ଆଦେଶ ସୁରକ୍ଷିତ ରଖି ଥିଲେ। ଶୁକ୍ରବାର କୋର୍ଟ ରାୟ ଶୁଣାଇ ଦୁହିଁଙ୍କର ଜାମିନ ଆବେଦନକୁ ଖାରଜ କରି ଦେଇ ଥିଲେ।

ଅନ୍ୟପଟେ ଜ୍ଞାନ ବିନ୍ଦୁର ଡାଇରେକ୍ଟର ରୋଶନ ଆନନ୍ଦ ଓରଫ ରୋଶନ ସାରଙ୍କୁ ପୂର୍ବରୁ ଥରେ ଝଟକା ଲାଗି ସାରିଛି। ପ୍ରଥମ ଶ୍ରେଣୀର ଜୁଡିସିଆଲ ମାଜିଷ୍ଟ୍ରେଟ୍ ଅନୁରାଗ ବର୍ମାଙ୍କ କୋର୍ଟ ତାଙ୍କର ଜାମିନ ଆବେଦନ ଗତ ଦିନରେ ଖାରଜ କରିଦେଇ ଥିଲେ। ଏହାପରେ ତାଙ୍କର ଓକିଲ ଡିଷ୍ଟ୍ରିକ୍ଟ ଆଣ୍ଡ ସେସନ କୋର୍ଟରେ ନିୟମିତ ଜାମିନର ଆବେଦନ କରିଥିଲେ। ଏହା ଉପରେ ଗୁରୁବାର ଶୁଣାଣି ହେବାର ଥିଲା ,ହେଲେ ଏହାକୁ ଖାରଜ କରିଦିଆ ଯାଇଥିଲା। ପୁଣି ଶୁକ୍ରବାର ଶୁଣାଣିର ତାରିଖ ସ୍ଥିର କରାଗଲା , କିନ୍ତୁ ଦ୍ୱିତୀୟ ଦିନ ମଧ୍ୟ ହୋଇ ପାରିଲା ନାହିଁ। ଏବେ ସୋମବାର ଜିଲ୍ଲା ଏବଂ ସେସନ ଜଜ୍ ୩୩ର କୋର୍ଟରେ ଶୁଣାଣି ହେବ।

ଆହୁରି ମଧ୍ୟ ପଢନ୍ତୁ :ପିତାଙ୍କ ହତ୍ୟା ପରେ ଅଫିସର ହେବାର ଲକ୍ଷ୍ୟ ସ୍ଥିର କଲେ , UPSCରେ AIR 454 ହାସଲ କରି ହେଲେ IPS

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।