ଜୁନ୍ ୨୮ରେ ଆରଆଇ ପରୀକ୍ଷା

Jun 20, 2026 - 18:42
ଜୁନ୍ ୨୮ରେ ଆରଆଇ ପରୀକ୍ଷା

ଭୁବନେଶ୍ୱର : ଘୁଞ୍ଚିଲା ଆରଆଇ ପରୀକ୍ଷା ତାରିଖ । ଜୁନ ୨୦ ପରିବର୍ତ୍ତେ ଜୁନ ୨୮ରେ ପରୀକ୍ଷା ହେବ ବୋଲି ସୂଚନା ମିଳିଛି । ଏନେଇ  OSSSC ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ସେହି ସମୟରେ NEET-UG ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଆରଆଇ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଥିବା ନେଇ ଆୟୋଗ ଏକ ବିଜ୍ଞପ୍ତି ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ।