02 AUGUST 2026

Welcome!

Unlock your personalized experience.
Sign Up

ଜୀବନ ହାରିଲେ ପ୍ରେମୀଯୁଗଳ: ବିବାହରେ ପରିବାର ଲୋକ ହେଲେ ଅରାଜି, ବିଷ ପିଇଦେଲେ...

Aug 02, 2026 - 16:55
ଜୀବନ ହାରିଲେ ପ୍ରେମୀଯୁଗଳ: ବିବାହରେ ପରିବାର ଲୋକ ହେଲେ ଅରାଜି, ବିଷ ପିଇଦେଲେ...

ନୂଆଦିଲ୍ଲୀ: ତୁମେ କେବଳ ମୋର, ତୁମକୁ ଛାଡ଼ି ମୁଁ ଜମା ରହି ପାରିବିନି । ମନ ଦେଇ ଭଲ ପାଇଛି ମାନେ, ସାରା ଜୀବନ ତୁମ ସହ ସାଥୀ ହୋଇ ରହିବି । ଯେତେ ବି ବାଧାବିଘ୍ନ ଆସୁ ଆମେ କେବେ ବି ଅଲଗା ହେବାନି । ଯାହା କହିଥିଲେ ଶେଷରେ ତାହା କରି ଦେଖାଇଛନ୍ତି । ଶେଷ ନିଶ୍ବାସ ତ୍ୟାଗ କରିବା ବେଳେ ମଧ୍ୟ ସାଥୀ ହୋଇଛନ୍ତି ପ୍ରେମୀଯୁଗଳ । ବିବାହରେ ପରିବାର ଲୋକ ଅରାଜି ହୋଇଥିବାବେଳେ ଏଭଳି ଏକ ଭୁଲ୍ ନିଷ୍ପତ୍ତି ନେଇଛନ୍ତି । ଉତ୍ତରପ୍ରଦେଶରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି । ପୁଲିସ ଖବର ପାଇ ମୃତଦେହକୁ ଉଦ୍ଧାର କରିଥିବାବେଳେ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଯୁବକ ଏବଂ ଯୁବତୀ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ ଏବଂ ଏକାଠି ଜୀବନ ବିତାଇବାକୁ ସ୍ୱପ୍ନ ଦେଖିଥିଲେ। ସେମାନେ ପରସ୍ପରକୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ସେମାନଙ୍କର ଏହି ସମ୍ପର୍କକୁ ଦୁଇ ପରିବାରର ସଦସ୍ୟମାନେ ତୀବ୍ର ବିରୋଧ କରିଥିଲେ। ପରିବାର ଲୋକଙ୍କୁ ବୁଝାଇବା ପାଇଁ ଉଭୟେ ଅନେକ ପ୍ରୟାସ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏମିତିକି ଉଭୟ ଗୋଟିଏ ଜାତିର ମଧ୍ୟ ଥିଲେ । ମାତ୍ର ବିବାହରେ ରାଜି ନଥିଲେ ପରିବାର ।

ଉଭୟ ପରିବାର ଲୋକଙ୍କୁ ନିଜ ମନର କଥା କହିଥିଲେ । ମାତ୍ର ସେମାନେ ନିଜ ଜିଦରେ ଅଟଳ ରହିଥିଲେ । ଶେଷରେ ସମାଜ ଓ ପରିବାରର କଠୋର ମନୋଭାବ ଆଗରେ ହାର ମାନି ଉଭୟ ଏକାଠି ମରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଗାଁରୁ ବାହାରକୁ ଯାଇ ସେମାନେ ସାଥୀ ହୋଇ ବିଷ ପିଇଦେଇଥିଲେ । ଯଦିଓ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ସେତେବେଳକୁ ବହୁତ ବିଳମ୍ବ ହୋଇଥିଲା । ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଅଘଟଣ ପରେ ଝିଅ ଘର ଲୋକେ କହିଛନ୍ତି କି, ଆମେ ଏ ବାହାଘରରେ ରାଜିଥିଲୁ ମାତ୍ର ପୁଅଘର ଲୋକେ ମନା କରିଦେଇଥିଲେ ।

ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିବା ସହ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) ପାଇଁ ହସ୍ପିଟାଲକୁ ପଠାଇଛି। ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଏହି ଘଟଣା ପଛରେ ଆଉ କିଛି କାରଣ ଅଛି କି ନାହିଁ ତାହା ଜାଣିବା ପାଇଁ ଦୁଇ ପରିବାରର ସଦସ୍ୟ ଏବଂ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରାଯାଉଛି ।

ଏହାସହ ପଢ଼ନ୍ତୁ : Sachin Tendulkar Friendship Day: ଫ୍ରେଣ୍ଡସିପ୍ ଡେ’ରେ ହୃଦୟ ଜିତିଲା ମାଷ୍ଟର ବ୍ଲାଷ୍ଟରଙ୍କ ପୋଷ୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।