ଘରୋଇ ହିଂସା ଅଭିଯୋଗ ଆଣିଲେ ଟିଭି ଅଭିନେତ୍ରୀ, ପୋଲିସ ରୁଜୁ କଲା ମାମଲା
ମୁମ୍ବାଇ,୨/୮ : ଟେଲି ଅଭିନେତ୍ରୀଙ୍କ ସଙ୍ଗୀନ ଅଭିଯୋଗ । ଘରୋଇ ହିଂସାର ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଛନ୍ତି । ସ୍ବାମୀ ଏବଂ ପରିବାର ଲୋକଙ୍କ ବିରୁଦ୍ଧରେ ଆଣିଲେ ଅଭିଯୋଗ । ଟିଭି ଅଭିନେତ୍ରୀ ଅଦିତି ଶର୍ମା ମୁମ୍ବାଇ ଗୋରେଗାଁଓ ପୁଲିସ ଷ୍ଟେଶନରେ ସ୍ବାମୀ ଅଭିନୀତ କୌଶିଶଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ଅଭିନେତ୍ରୀ ସ୍ବାମୀଙ୍କ ସହ ଶାଶୁ ଉର୍ମିଳା କୌଶିକ ଏବଂ ନଣନ୍ଦ କୀର୍ତ୍ତି କୌଶିକଙ୍କ ବିପକ୍ଷରେ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି ।
ଅଦିତି ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି କି ସ୍ବାମୀଙ୍କ ସହ ୨୦୧୧ ଜୁନରେ ଏକ ଅନଲାଇନ ଆକ୍ଟିଂ କ୍ଲାସରେ ଭେଟ ହୋଇଥିଲା । ପ୍ରଥମେ ତାଙ୍କର ବନ୍ଧୁତା ହୋଇଥିଲା ପରେ ଏହା ପ୍ରେମରେ ପରିବର୍ତ୍ତନ ହୋଇଥିଲା । ୨୦୨୪ରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପୂର୍ବରୁ ଉଭୟେ ଲିଭ୍ ଇନରେ ରହି ସାରିଥିଲେ । ଅଭିନେତ୍ରୀଙ୍କ ଅଭିଯୋଗ ଅଟେ କି ବିବାହର ୨ରୁ ୩ ଦିନ ପରେ ହିଁ ସ୍ବାମୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥିଲା। ସେ ତାଙ୍କ କପଡ଼ାକୁ ନେଇ ରୋକିବା ଆରମ୍ଭ କରିଥିଲେ । ଛୋଟ ଛୋଟ କଥାରେ ଲଢେଇ ଆରମ୍ଭ ହେବାକୁ ଲାଗିଥିଲା । ତାଙ୍କଠାରୁ ଟଙ୍କା ବି ନେଉଥିଲେ । ଅଭିନେତ୍ରୀ କହିଛନ୍ତି କି ଧିରେ ଧିରେ ଝଗଡ଼ା ବଢିବାକୁ ଲାଗିଥିଲା । ଯାହାପରେ ସ୍ବାମୀ ତାଙ୍କ ଚରିତ୍ର ଉପରେ ସନ୍ଦେହ କରିବାକୁ ଲାଗିଥିଲେ । ପ୍ରତିଦିନ ମୋର ଫୋନ୍ ବି ଚେକ୍ କରିବାକୁ ଲାଗିଥିଲେ ।
ଅଦିତି ଶର୍ମା ଅଭିଯୋଗ ଲଗାଇଛନ୍ତି କି ତାଙ୍କ ବାପା-ମା’ଙ୍କ ସହ କଥା ହେବାକୁ ତାଙ୍କୁ ରୋକାଯାଉଥିଲା । ତାଙ୍କ ଶାଶୁ ଅଦିତିଙ୍କ ସୁନା ଚେନ, ଅଙ୍ଗୁଠି, ଡାଇମଣ୍ଡ ରିଙ୍ଗ୍, ଚୁଡ଼ି ଏବଂ ମଙ୍ଗଳସୂତ୍ର ନିଜ ପାଖରେ ରଖି ନେଇଥିଲେ । ବାରମ୍ବାର ମାଗିବା ପରେ ବି ସେ ତାଙ୍କ ସୁନା ଗହଣା ଫେରାଉନଥିଲେ । ଶାଶୁ ଏବଂ ନଣନ୍ଦ ତାଙ୍କ ସ୍ବାମୀଙ୍କ ସହ ହେଉଥିବା ଲଢେଇକୁ ବୁଝାଇବା ପରିବର୍ତେ ଏହାକୁ ଆହୁରି ବଢାଇବାକୁ ଚେଷ୍ଟା କରୁଥିଲେ ।
ଅଦିତି ଶର୍ମାଙ୍କ ଜନ୍ମ ଦିଲ୍ଲୀରେ ୪ସେପ୍ଟେମ୍ବର ୧୯୯୬ରେ ହୋଇଥିଲା । ୨୦୧୮ରେ ଅଦିତି ନିଜ ଅଭିନୟ ଡେବ୍ୟୁ କରିଥିଲେ । ଅଦିତି କେତେକ ଟିଭି ଶୋରେ କାମ କରି ସାରିଛନ୍ତି । ଅଭିନେତ୍ରୀଙ୍କୁ ଘର ଘର ଫେମ ସିରିୟଲ ୟେ ଜାଦୁ ହେ ଜିନକାରୁ ମିଳିଥିଲା । ଏହି ସିରିୟଲ ବ୍ୟତୀତ ଅଦିତି କଲୀରେ, ରବ ସେ ଦୁଆ ହେ ଭଳି ଶୋରେ ଅଭିନୟର ଜଲଓ୍ବା ଦେଖାଇ ସାରିଛନ୍ତି । ଅଭିନୟ ଲାଇନରେ ଆସିବା ପୂର୍ବରୁ ଅଦିତି ମଡଲିଂ କରୁଥିଲେ । ସେ କେତେକ ବିଜ୍ଞାପନ ଏବଂ ମ୍ୟୁଜିକ ଭିଡ଼ିଓରେ ନଜର ଆସି ସାରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।