Snake Bite: ବିଷାକ୍ତ ସାପ କାମୁଡ଼ାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ

Jul 28, 2026 - 15:44
Snake Bite: ବିଷାକ୍ତ ସାପ କାମୁଡ଼ାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ

"ଝରିଗାଁ (ରମେଶ ପଟ୍ଟନାୟକ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ଟେମେରା ପଞ୍ଚାୟତ ଅନ୍ତର୍ଗତ ଜବାଗୁଡ଼ା ଗ୍ରାମ ଏବଂ ଭାଲୁକନାଡି ପଞ୍ଚାୟତ ଅନ୍ତର୍ଗତ ମଙ୍ଗଲିଗୁଡ଼ା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଦୁଇ ଜଣ ଯୁବକ ମୃତ୍ୟୁ ହୋଇ ଥିବା ଜଣାପଡ଼ିଛି।Advertisment ସୁଚନା ପ୍ରକାରେ ଜବାଗୁଡ଼ା ଗ୍ରାମର ସପୁରା ସାନ୍ତା(୩୮) ରାତ୍ର ଖାଇବା ପରେ ଘର ଭିତରେ ଏକ ଦଉଡ଼ି ଖଟିଆରେ ଶୋଇ ଥିଲେ।

ଶୋଇ ଥିବା ସମୟରେ ବିଳମ୍ବିତ ରାତ୍ରରେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା।

ସପୁରା ବିଷାକ୍ତ ସାପ କାମୁଡ଼ିବା ନେଇ ଜାଣିବା ପରେ ପରିବାର ଲୋକଙ୍କୁ କହିଥିଲେ।

ପରିବାର ଲୋକ ଗୁରୁତର ଅବସ୍ଥାରେ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ପରେ ଉନ୍ନତ ଚିକିତ୍ସା ପାଇଁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସେହିଭଳି ମଙ୍ଗଳିଗୁଡ଼ା ଗ୍ରାମର ଚୈତନ୍ୟ ଗୌଡ଼ (୩୫) ରାତ୍ର ଖାଇବା ପରେ ଘରେ ଶୋଇ ଥିଲେ।

ବିଳମ୍ବିତ ରାତିରେ ପରିସ୍ରା କରିବାକୁ ଘର ବାରିପୋଟ ଯାଇଥିଲେ।

ପରିସ୍ରା କରିବା ସମୟରେ ବିଷାକ୍ତ ସାପ କାମୁଡି ଦେଇଥିଲା।

ସାପ କାମୁଡ଼ିବା ପରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

ପରିବାର ଲୋକ ଗୁରୁତର ଅବସ୍ଥାରେ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଏଠାରୁ ପରେ ଉନ୍ନତ ଚିକିତ୍ସା ପାଇଁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ତେବେ ଉଭୟଙ୍କ ମୃତ୍ୟୁ ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଚୀନ୍‌ର ଏହି ବଜାରରେ ବିକ୍ରି ହୁଏ  ସାପ-କୁମ୍ଭୀର : କିଣିବାକୁ ଲୋକଙ୍କ ଲାଗୁଛି ଗହଳି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।