ଜମ୍ମୁ-କଶ୍ମୀରରେ ବାଦଲ ଫଟା ବର୍ଷା ପରେ ବନ୍ୟା ଏବଂ ଭୂସ୍ଖଳ : ୧୧ ମୃତ, ଅନେକ ନିଖୋଜ
ଶ୍ରୀନଗର,୧୯।୭: ଜମ୍ମୁ-କଶ୍ମୀରରେ ପ୍ରକୃତିର ତାଣ୍ଡବ। ପ୍ରବଳ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ପରିସ୍ଥିତି ଖୁବ୍ ଜଟିଳ ହୋଇପଡିଛି। ବର୍ଷା ଯୋଗୁଁ ଏବେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି। ଶନିବାର ଏବଂ ରବିବାର ହୋଇଥିବା ପ୍ରବଳ ବର୍ଷା କାରଣରୁ ରଜୌରୀ ଓ ପୁଞ୍ଛ ଜିଲ୍ଲାରେ ବନ୍ୟା ଦେଖିୀବାକୁ ମିଳିଛି। ନଦୀର ଜଳସ୍ତର ବଢିବା କାରଣରୁ ରାଜୌରି ଜିଲ୍ଲାର ତଳୁଆ ଅଞ୍ଚଳରେ ପାଣି ଭରି ଯାଇଛି। ଏହି କାରଣରୁ ଅଲଗା ଅଲଗା ଘଟଣାରେ ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ପୋଲିସ ପ୍ରଶାସନର କହିବା ଅନୁସାରେ, ଏବେ ବହୁ ଲୋକ ନିଖୋଜ ଅଛନ୍ତି। ଯାହାଙ୍କର ତଲାସୀ ଜାରି ରହିଛି। ପ୍ରବଳ ବର୍ଷା କାରଣରୁ ଆର୍ଥିକ କ୍ଷତି ମଧ୍ୟ ହୋଇଛି। ରାଜୌରୀ ଜିଲ୍ଲାରେ ଏକ ପାର୍କିଂ ଷ୍ଟାଣ୍ଡରେ ଥିବା ବହୁ ଗାଡିରେ ପାଣି ଭରିଯିବା କାରଣରୁ ବହୁ ଘର କ୍ଷତିଗ୍ରସ୍ତ ହୋଇଛି।
ଉଦ୍ଧାକାରୀ ଦଳର ନେତୃତ୍ବ ନେଉଥିବା ଅଧିକାରୀ କହିଛନ୍ତି, ପୁଞ୍ଛ ଜିଲ୍ଲାରେ ଏକ ଘରେ ଭାଙ୍ଗିଯିବା କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ଅନ୍ୟପକ୍ଷେ ରାଜୌରୀରେ ଭୂସ୍ଖଳନ କାରରରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦୁଇଟି ଜିଲ୍ଲାରୁ ମିଳିଥିବା ସୂଚନା ଅନୁସାରେ, ୫ ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି। ତାଙ୍କର ତଲାସୀ ଜାରି ରହିଛି। ପୁଞ୍ଛରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଜୀବନ ଏବଂ ଧନ ସମ୍ପତ୍ତି କ୍ଷତି ପାଇଁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ଅଧିକାରୀଙ୍କ କହିବା ଅନୁସାରେ, ଗତ ଦୁଇ ଦିନ ହେବ ଲଗାତାର ବର୍ଷା ଜାରି ରହିଛି। ଏହି କାରଣରୁ ସମସ୍ତ ନଦୀ ଏବେ ବିପଦ ସଙ୍କେତ ଉପରେ ରହିଛି। ଖଣ୍ଡଲି ସୁକ୍ତୋହ ଓ ଜମୋଲା ନଦୀ ମଧ୍ୟ ବିପଦଜନକ ସ୍ତରରେ ରହିଛି। ଶନିବାର ରାତିରେ ଜମ୍ମୁ-କାଶ୍ମୀରର ପୁଞ୍ଛଏବଂ କିସ୍ତୱାରରେ ବାଦଲ ଫଟା ବର୍ଷା ତାଣ୍ଡବ ସୃଷ୍ଟି କରିଛି। ବନ୍ୟା-ଭୁସ୍ଖଳନରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ପୁଞ୍ଛର ସୁରନକୋଟରେ ଭୂସ୍ଖଳନ ଯୋଗୁଁ ଏକ ଘର ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲା। ସେହି ସମୟରେ ଘରେ ୮ ଜଣ ଥିଲେ। ଜଣେ ୨ ବର୍ଷର ଶିଶୁ ସମେତ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କିସ୍ତୱାରର ସୁରନୁ ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁଲୋକଙ୍କ ଘର ଏବଂ କ୍ଷେତ କ୍ଷତିଗ୍ରସ୍ତ ହୋଇଛି। ରାଜୌରୀରେ ମଧ୍ୟ ପ୍ରବଳ ବର୍ଷା ପରେ ଧାରହଲ ନଦୀର ଜଳସ୍ତର ବୃଦ୍ଧି ପାଇଛି। ପ୍ରାୟ ୨୦୦ ରୁ ୨୫୦ ଯାନବାହନ ଭାସିଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।