ସହାୟତାର ହାତ ବଢାଇଲେ ବବିତା
ସିଂହପୁର,୨।୮(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅଧୀନ ରଣପୁର ପଞ୍ଚାୟତ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବିଞ୍ଝାରପୁର ଭାଜପା ନେତ୍ରୀ ବବିତା ମଲ୍ଲିକ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଯଥା ଚୂଡ଼ା, ଗୁଡ଼, ଚିନି, ବିସ୍କୁଟ, ବିଶୁଦ୍ଧ ପାନୀୟଜଳ, ମହମବତୀ, ଦିଆସିଲି ସହ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରିଛନ୍ତି।
ରିଲିଫ ବଣ୍ଟନ ବେଳେ ବିଞ୍ଝାରପୁର ସଂଯୋଜକ ନିରଞ୍ଜନ ବେଉରିଆ, ମଳୟ ନାୟକ, ସଞ୍ଜୟ ପତି, ମୁନା ସାହୁ, ଶୁଭ୍ରାଂଶୁ ସାମଲ ପ୍ରମୁଖଙ୍କ ସହ ବହୁ ଯୁବ ଭାଜପା କର୍ମୀ ସାମିଲ ହୋଇଥିଲେ।
ବନ୍ୟାରେ ଲୋକଙ୍କ ଘରଳ ଗୁହାଳ ଭାଙ୍ଗି ଯାଇଥିବା ବେଳେ ଲୋକେ ବହୁ ଅସୁବିଧାରେ ରହିଛନ୍ତି। ଏନେଇ ତୁରନ୍ତ ଲୋକଙ୍କୁ ପାଲ ସମେତ ଅନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ବବିତା ତହସିଲଦାରଙ୍କ ନିକଟରେ ଦାବି କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।