ଚେହେରାର ଭ୍ରମ ପାଇଁ ୧୭ ବର୍ଷ ଜେଲ ଦଣ୍ଡ

ଆମେରିକାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ କେବଳ ତାଙ୍କ ଚେହେରା ସହ ମିଶୁଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ଯୋଗୁଁ ଦୀର୍ଘ ୧୭ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଥିଲା । କାନସାସର ବାସିନ୍ଦା ରିଚାର୍ଡ ଏନ୍ଥନୀ ଜୋନ୍ସ ନାମକ ଏହି ବ୍ୟକ୍ତିଜଣକ ଜେଲ୍ରେ ଥିବା ସମୟରେ କ୍ରମାଗତ ଭାବେ ସେ ନିର୍ଦ୍ଦୋଷ ବୋଲି କହିଆସୁଥିଲେ ହେଲେ ସାକ୍ଷୀମାନଙ୍କ ବୟାନ ଆଧାରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଜଣାପଡିଥିଲା । ସେହି ଅଞ୍ଚଳରେ ରିଚାର୍ଡ ନାମକ ଅନ୍ୟ ଜଣେ ବ୍ୟକ୍ତି ରହୁଥିଲେ ଯାହାଙ୍କ ଚେହେରା ଜୋନ୍ସଙ୍କ ସହ ବହୁତ ମିଶୁଥିଲା । ତେଣୁ ସାକ୍ଷୀମାନେ ଭୁଲରେ ଜୋନସଙ୍କୁ ରିଚାର୍ଡବୋଲି ଭାବିଥିଲେ । ଏହି ହମଶକ୍ଲ ବ୍ୟକ୍ତିଙ୍କ ବିଷୟରେ ଜଣାପଡ଼ିବା ପରେ ସମ୍ପୂର୍ଣ୍ଣ ମାମଲା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହାପରେ ଆଧାରରେ ଶେଷରେ ୨୦୧୭ ମସିହାରେ ଜୋନ୍ସଙ୍କ ସଜା ରଦ୍ଦ କରାଯାଇଥିଲା ଏବଂ ସେ ଜେଲ୍ରୁ ମୁକ୍ତ ହୋଇଥିଲେ । ଜେଲ୍ରୁ ଖଲାସ ହେବା ପରେ ଜୋନ୍ସ କ୍ଷତିପୂରଣ ଦାବି କରିଥିଲେ ଏବଂ ଗତ ୨୦୧୮ ମସିହାରେ କାନସାସ୍ ସରକାର ଭୁଲ୍ ଦଣ୍ଡ ପାଇଁ ତାଙ୍କୁ ୧୧ ଲକ୍ଷ ଡଲାର (ପ୍ରାୟ ୯ କୋଟି ଟଙ୍କା) ର କ୍ଷତିପୂରଣ ପ୍ରଦାନ କରିଥିଲେ ।