ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

Aug 02, 2026 - 22:19
ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ମୁକୁନ୍ଦ ମୟୁର ନାମକ ଉକ୍ତ ବାଳକ ଗାଁର ପୂର୍ବତନ ଉପାଧ୍ୟକ୍ଷଙ୍କ ନାତି ଏବଂ ସନ୍ତୋଷ ଓ ଐଶ୍ୱର୍ଯ୍ୟାଙ୍କ ଏକମାତ୍ର ପୁଅ।

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଶିଶୁଟି କୁରକୁରେ ପ୍ୟାକେଟରେ ଥିବା ଗିଫ୍ଟ ପ୍ଲାଷ୍ଟିକ୍‌ ବଲ୍‌କୁ ଗିଳିଦେଇଥିଲେ। ଏହା ତାଙ୍କ ଗଳାରେ ଅଟକିଯିବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ଏନେଇ ହୁନ୍‌ସୁର ଗ୍ରାମାଞ୍ଚଳ ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ମହୀଶୂରର ହୁନସୁରରେ ଜଣେ ୬ ବର୍ଷର ପିଲା ଶୁଖିଲା ମନ୍ଦାର ଫୁଲ ଗିଳିଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।