କ୍ଷୀରରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଦ ଧୋଇଲେ କର୍ମୀ, ସୋସିଆଲ ମିଡିଆରେ ଝଡ଼
ମୁମ୍ବାଇ,୨।୮: ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ବିଧାୟକ ନାନା ପାଟୋଲେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଦଳୀୟ କର୍ମୀମାନେ କ୍ଷୀରରେ ତାଙ୍କ ପାଦ ଧୋଇବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୂର୍ବରୁ ମଧ୍ୟ ସେ ସମାନ ବିବାଦରେ ଫସିଥିଲେ । କିନ୍ତୁ, ଭାଇରାଲ ଭିଡିଓ ସମ୍ପର୍କରେ କଂଗ୍ରେସ ନେତାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ଉପଲବ୍ଧ ସୂଚନା ଅନୁଯାୟୀ, ଭିଡିଓଟି ଗୁରୁ ପୂର୍ଣ୍ଣିମା ଅବସରରେ ରେକର୍ଡ କରାଯାଇଥିବା ଅନୁମାନ କରାଯାଉଛି ।
ଏହା ପ୍ରଥମ ଥର ନୁହେଁ ଯେତେବେଳେ ନାନା ପାଟୋଲେ ବିବାଦରେ ପଡ଼ିଛନ୍ତି । ସେ ପୂର୍ବରୁ ତାଙ୍କର ବକ୍ତବ୍ୟ ଏବଂ କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ପୂର୍ବରୁ ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହିତ ତୁଳନା କରି ଚର୍ଚ୍ଚାକୁ ଆସିଥିଲେ । କହିଥିଲେ ଯେ ରାହୁଲ ଗାନ୍ଧୀ ପ୍ରଭୁ ଶ୍ରୀରାମଙ୍କ ପାଦଚିହ୍ନରେ ଚାଲୁଛନ୍ତି । ତେବେ କ୍ଷୀରରେ ପାଦ ଧୋଇବାର ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ନେତାଙ୍କ ଭିନ୍ନଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।