Welcome!

Unlock your personalized experience.
Sign Up

ଚାକିରୀ ବଦଳାଇଲେ ଏବେ ଆପଣଙ୍କ ପିଏଫ୍ ହେବ ଟ୍ରାନ୍ସଫର, କର୍ମଚାରୀଙ୍କ ପାଇଁ ଇପିଏଫ୍ଓ ଆଣିଲା ସହଜ ପ୍ରୋସେସ୍

Jul 10, 2026 - 17:41
ଚାକିରୀ ବଦଳାଇଲେ ଏବେ ଆପଣଙ୍କ ପିଏଫ୍ ହେବ ଟ୍ରାନ୍ସଫର, କର୍ମଚାରୀଙ୍କ ପାଇଁ ଇପିଏଫ୍ଓ ଆଣିଲା ସହଜ ପ୍ରୋସେସ୍

ନୂଆଦିଲ୍ଲୀ,୧୦।୭: ଯଦି ଆପଣ ଚାକିରୀ ବଦଳାଇବାକୁ ଚାହୁଁଛନ୍ତି କିମ୍ବା ଲଗାତାର ବଦଳାଉଛନ୍ତି, ତେବେ ଆପଣଙ୍କ ପାଇଁ ବଡ ଆଶ୍ବସ୍ତିର ଖବର ରହିଛି। ଏବେ ଚାକିରୀ ବଦଳାଇବା ଉପରେ ପିଏଫ୍ ଟ୍ରାନ୍ସଫର କରିବା ପାଇଁ ଅଲଗା ଭାବରେ ଆପ୍ଲାଇ କରିବାର ଦରକାର ନାହିଁ। କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍ଓ) ଆଧାର ସମ୍ପର୍କିତ ୟୁନିଭର୍ସନାଲ ଆକାଉଣ୍ଟ ନମ୍ବର ଥିବା ଖାତା ପାଇଁ ଅଟୋମେଟିକ୍ ପ୍ରୋଭିଡେଣ୍ଟ ଫ୍ରଣ୍ଡ (ପିଏଫ୍) ଟ୍ରାନ୍ସଫର ସର୍ଭିସ ଆରମ୍ଭ କରିଦେଇଛି।

ଚାକିରୀ ବଦଳାଇଲେ ଅଟୋମେଟିକ୍ ଟ୍ରାନ୍ସଫର ହେବ ପିଏଫ୍‌

କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି, ଇପିଏଫ୍ଓ ନିଜର ପୁରା ସଦସ୍ୟ ଡାଟାବେସ୍‌କୁ ସେଣ୍ଟ୍ରାଲାଇଜଡ୍ ପ୍ଲାଟଫର୍ମକୁ ଟ୍ରାନ୍ସଫର କରିଦେଇଛି। ଏହାପରେ କୌଣସି ନୂଆ ସର୍ଭିସ ଆରମ୍ଭ ହେବାର ଅଛି। ଏଥିରେ ଦୃତ ଗତିରେ ପିଏଫ୍ କ୍ଲେମ୍‌ର ସମାଧାନ ଓ ଚାକିରୀ ବଦଳାଇବା ଉପରେ ନିଜକୁ ନିଜେ ପିଏଫ୍ ଟ୍ରାନ୍ସଫର ଭଳି ସର୍ଭିସ ରହିଛି।

ଏବେ କରିବାକୁ ହେବନି ଇପିଏଫ୍ଓ ଓ୍ବେବସାଇଟ୍‌ରେ ଆପ୍ଲାଇ

ପୂର୍ବରୁ ଯେତେବେଳେ କୌଣସି କର୍ମଚାରୀ ନୂଆ ଚାକିରୀ ଜଏନ୍ କରୁଥିଲେ, ତାଙ୍କୁ ନିଜର ପୁରୁଣା ପିଏଫ୍ ଖାତାକୁ ନୂଆ ଖାତା ସହ ଯୋଡିବା ପାଇଁ ଅଲଗା ଭାବରେ ଅନଲାଇନ୍ କିମ୍ବା ଅଫଲାଇନ୍ ଟ୍ରାନ୍ସଫର କରିବା ପାଇଁ ଆପ୍ଲାଇ କରିବାକୁ ପଡିଥାଏ। ବହୁ ମାମଲାରେ ପୁରୁଣା ଓ ନୂଆ ନିଯୁକ୍ତି ସହ ଇପିଏଫ୍ଓକୁ ମଞ୍ଜୁର ମଧ୍ୟ ଜରୁରୀ ଥାଏ। ଏହି କାରଣରୁ ପ୍ରୋସେସ୍ ଖୁବ୍ ଲମ୍ବା ରହିଥାଏ। କିନ୍ତୁ ଏବେ ଏଭଳି ନାହିଁ।

ଟ୍ରାନ୍ସଫର ହୋଇଯିବ ସର୍ଭିସ ରେକର୍ଡ

ଯଦି କୌଣସି କର୍ମଚାରୀ ୟୁଏଏନ୍ ଆଧାର ସହ ଲିଙ୍କ ରହିଛନ୍ତି, ତେବେ ଚାକିରୀ ବଦଳାଇବା ପରେ ଏହାର ପିଏଫ୍ ବାଲାନ୍ସ ଓ ସର୍ଭିସ ରେକର୍ଡ ନିଜକୁ ନିଜ ନୂଆ ଆକାଉଣ୍ଟରେ ଟ୍ରାନ୍ସଫର ହୋଇଯିବ। ଏହାଦ୍ବାରା କମର୍ଚାରୀଙ୍କୁ ଅଲଗା ଭାବରେ ଇପିଏଫ୍ଓର ଓ୍ବେବସାଇଟ୍କୁ ଯାଇ ଆପ୍ଲାଇ କରିବାର ଦରକାର ପଡିବନି।

ବଦଳିବନି ୟୁଏଏନ୍

ୟୁଏଏନ୍ ଏକ ୧୨ ଅଙ୍କର ୟୁନିକ୍ ନମ୍ବର ରହିଥାଏ, ଯାହାକି କର୍ମଚାରୀଙ୍କ ସବୁ ଇପିଏଫ୍ ଆକାଉଣ୍ଟ ସହ ଜଡିତ ରହିଥାଏ। ଚାକିରୀ ବଦଳିଲେ ମଧ୍ୟ ୟୁଏଏନ୍ ନମ୍ବର ବଦଳିନଥାଏ। ଚାକିରୀ ବଦଳାଇବା ପରେ ବି ଏହି ନମ୍ବର ଚାଲିଥାଏ। ଇପିଏଫ୍ଓ ଅନୁସାରେ, ପୁରୁଣା ପିଏଫ୍ ଖାତାକୁ ଏକାଠି ଯୋଡିବା ଲାଭଦାୟକ ହେବ। ଏହାଦ୍ବାରା କର୍ମଚାରୀଙ୍କ ପୁରା ସର୍ଭିସ ପିରିୟଡର ଟଙ୍କା ଗୋଟିଏ ସ୍ଥାନରେ ରହିଥାଏ। ସେଥିରେ ମିଳୁଥିବା ପୁରା ଆମାଉଣ୍ଟରେ ମିଳିଥାଏ। ଏଥିରେ ମିଳୁଥିବା ଇଣ୍ଟରେଷ୍ଟ ମଧ୍ୟ ଅଧିକ ଥାଏ। ଆପଣଙ୍କର ମୋଟ ବାଲାନ୍ସ ଏକାଠି ଯଦି ଦେଖାଯାଏ ତେବେ ଆଡଭାନ୍ସ ଓ ଫାଇନାଲ ସେଟେଲମେଣ୍ଟ ସମୟରେ ପ୍ରୋସେସ୍ ସହଜ ହୋଇଯିବ।

ଏଭଳି ମାମଲାରେ ନିଷ୍କ୍ରିୟ ହୋଇଯିବ ଆକାଉଣ୍ଟ

ସବୁବେଳେ ଯେଉଁ କମର୍ଚାରୀ ବହୁବାର ଚାକିରୀ ବଦଳାନ୍ତି, ତାଙ୍କୁ ଅଲଗା ଅଲଗା ନିଯୁକ୍ତିଦାତାଙ୍କ ଅନୁସାରେ, ବହୁ ପିଏଫ୍ ଆକାଉଣ୍ଟ ତିଆରି ହୋଇଯାଏ। ଏବେ ଅଟୋମେଟିକ୍ ଟ୍ରାନ୍ସଫର ସର୍ଭିସ ଏହାକୁ ଯୋଡିବା ପୂର୍ବ ତୁଳନାରେ ଖୁବ୍ ସହଜ ହେବ। ଇପିଏଫ୍ଓ ଏହା ମଧ୍ୟ କହିଛି ଯେ, ଯଦି ରିଟାୟରମେଣ୍ଟ, ବିଦେଶରେ ରହିବା କିମ୍ବା ସଦସ୍ୟଙ୍କ ମୃତ୍ୟୁ ପରେ ୩୬ ମାସ ପର୍ଯ୍ୟନ୍ତ କୌଣସି ଇପିଏଫ୍ ଖାତାରେ କୌଣସି ଯୋଗଦାନ ନଥାଏ। ତେବେ ତାହା ଆକାଉଣ୍ଟ ନିଷ୍କ୍ରିୟ ବୋଲି କୁହାଯିବ। ସେଭଳି କର୍ମଚାରୀଙ୍କୁ ନିଜର ୟୁଏଏନ୍ ଓ ପାସଓ୍ବାର୍ଡରୁ ଇପିଏଫ୍ଓ ସଦସ୍ୟ ପୋର୍ଟାଲରେ ଲଗଇନ୍ କରି ସର୍ଭିସ ହିଷ୍ଟ୍ରି ସେକ୍ସନରେ ନିଜର ଚାକିରୀ ଓ ପିଏଫ୍ ସହ ଯୋଡା ହୋଇଥିବା ପୁରା ରେକର୍ଡ ମଧ୍ୟ ଦେଖିବା ସହ ଡାଉନଲୋଡ୍ କରିପାରିବେ।

ଆହୁରି ପଢନ୍ତୁ : ଆମେରିକା ସଂସଦ ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ନୀରବ ଡି.ଶାହ, କଲେ ବଡ଼ ଘୋଷଣା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।