ଆମେରିକା ସଂସଦ ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ନୀରବ ଡି.ଶାହ, କଲେ ବଡ଼ ଘୋଷଣା
ନୂଆଦିଲ୍ଳୀ,୧୦।୭: ଆମେରିକାର ମେନ୍ ରାଜ୍ୟର ଗର୍ଭନର ପଦରେ ପ୍ରାର୍ଥୀ ଚୟନ ପାଇଁ ଡେମୋକ୍ରାଟିକ୍ ପାର୍ଟିର ‘ପ୍ରାଇମେରୀ’ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ତ ମହାମାରୀ ବିଶେଷଜ୍ଞ ନୀରବ ଡି.ଶାହ। ସେ ଆମେରିକା ସିନେଟ୍ ନିର୍ବାଚନ ଲଢିବା ନେଇ ଗୁରୁବାର ଘେଷଣା କରିଛନ୍ତି। ଡେମୋକ୍ରାଟିକ୍ ପ୍ରାର୍ଥୀ ଗ୍ରାହମ ପ୍ଳାଟନର ଯୌନ ଉତ୍ପୀଡନ ଅଭିଯୋଗ ଭିତରେ ନିଜ ପ୍ରାର୍ଥୀଙ୍କୁ ଫେରାଇ ନେଇଛନ୍ତି। ଏହାପରେ ନିରବ ଏହି ଘୋଷଣା କରିଛନ୍ତି। ୱିସ୍କନସିନରେ ଭାରତୀୟ ପ୍ରବାସୀ ମାତା-ପିତାଙ୍କ ଘରେ ଜନ୍ମିତ ନୀରବ ଶାହ କୋଭିଡ୍-୧୯ ମହାମାରୀ ବେଳେ ମେନ୍ର ରୋଗ ନିୟନ୍ତ୍ରଣ କେନ୍ଦ୍ରର ନିର୍ଦେଶକ ଥିଲେ। ଏହାଛଡା ସେ ମେନ୍ର ଗର୍ଭନର ପଦ ପାଇଁ ହୋଇଥିବା ଡେମୋକ୍ରାଟିକ୍ ପ୍ରାଇମୋରୀ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଦ୍ବିତୀୟ ସ୍ଥାନରେ ଥିଲେ।
ସିନେଟ୍ ନିର୍ବାଚନର ଘୋଷଣା
ଆମେରିକା ସିନେଟ୍ ନିର୍ବାଚନ ପାଇଁ ନିଜର ଅଭିଯାନ ଆରମ୍ଭ କରି ଶାହ ସୋସିଆଲ ମିଡିଆ ମଞ୍ଚ ‘ଏକ୍ସ’ରେ ଲେଖିଛନ୍ତି, ଯଦି ମୁଁ ଆପଣଙ୍କ ଆଗାମୀ ଆମେରିକା ସିନେଟର ଭାବରେ ଚୟନ ହୁଏ, ତେବେ ମୁଁ ‘ମେଡିକେୟାର ଫର ଅଲ୍’ ପାଇଁ ସଂଘର୍ଷ କରିବି, କାରଣ ଦୁନିଆର ସବୁଠାରୁ ସମୃଦ୍ଧ ଦେଶରେ କୌଣସି ବ୍ୟକ୍ତିକୁ କେବଳ ଚିକିତ୍ସା ଖର୍ଚ୍ଚ କାରଣରୁ ଦେବାଳିଆ ହେବା ଉଚିତ ନୁହେଁ।’ ମେନ୍ରୁ ଆମେରିକା ସିନେଟ୍ ନିର୍ବାଚନ ପାଇଁ ଡେମୋକ୍ରାଟିସକ୍ ପ୍ରାଇମେରୀ ଜିତିଥିବା ଗ୍ରାହମ ପ୍ଳାଟେନର ବୁଧବାର ଯୌନ ଉତ୍ପୀଡନ ଅଭିଯୋଗରେ ନିଜ ପ୍ରାର୍ଥୀପତ୍ର ଫେରାଇ ନେଇଛନ୍ତି। ତେବେ ସେ ଏହି ଅଭିଯୋଗକୁ ‘ମିଛ’ ବୋଲି କହିଛନ୍ତି।
ପ୍ରଶାସନିକ ଅନୁଭବ
ରାଜ୍ୟର ଆଇନ ଅନୁସାରେ, ଡେମୋକ୍ରାଟିକ୍ ପାର୍ଟି ପାଖରେ ୨୭ ୨୭ ଜୁଲାଇ ପର୍ଯ୍ୟନ୍ତ ନୂଆ ପ୍ରାର୍ଥୀ ଘୋଷଣା କରିବାର ସମୟ ରହିଛି। ଶାହ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ କାର୍ଯ୍ୟକାଳ ବେଳେ ଆମେରିକା ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ରରେ ପ୍ରଧାନ ଉପନିର୍ଦ୍ଦେଶକ ପଦରେ ମଧ୍ୟ ରହିଛନ୍ତି। ଏହି ସଂସ୍ଥାର ଦ୍ବିତୀୟ ସବୁଠାରୁ ବଧ ପଦ ବୋଲି ମନେକରାଯାଏ। ଏହାଛଡା ସେ ଇଲିୟନ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ମଧ୍ୟ ରହିସାରିଛନ୍ତି।
ଶିକ୍ଷା ଓ ପ୍ରୋଫାଇଲ
ଶାହ ଚିକାଗୋ ବିଶ୍ବବିଦ୍ୟାଳୟରୁ ଚିକିତ୍ସା ଓ ଆଇନରେ ଡିଗ୍ରୀ ହାସଲ କରିଛନ୍ତି। କଲେଜରୁ ସ୍ନାତକ ହେବାପରେ ସେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଅର୍ଥଶାସ୍ତ୍ରର ଅଧ୍ୟୟନ କରିଛନ୍ତି। ବର୍ତ୍ତମାନ ନୀରବ ଶାହ ମେନ୍ର ଓ୍ବାଟରଭିଲ୍ ସ୍ଥିତ କୋଲବି କଲେଜ୍ରେ ‘ଭିଜିଟିଂ’ ପ୍ରଫେସର ଅଛନ୍ତି। ତାଙ୍କର ଲିଙ୍କଡଇନ୍ ପ୍ରୋଫାଇଲ ଅନୁସାରେ, ସେ ଇଂରାଜୀ ବ୍ୟତୀତ ଗୁଜରାଟ, ଖମେର ଓ ସ୍ପେନିଶ ଭାଷା ମଧ୍ୟ କୁହନ୍ତି। ନୀରବ ଶାହଙ୍କ ପତ୍ନୀ କାରା ଫେଲାମାଉଣ୍ଟେନ୍ ‘ନର୍ଥ ଓ୍ବେଷ୍ଟର୍ଣ୍ଣ ୟୁନିଭର୍ସିଟି’ରେ ରିସର୍ଚ୍ଚ ପ୍ରଫେସର ଅଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।