ଗୋଟିଏ ମଞ୍ଚରେ ମୋଦି –ଜିନପିଙ୍ଗ୍-ପୁଟିନ୍

Sep 01, 2026 - 16:35
ଗୋଟିଏ ମଞ୍ଚରେ ମୋଦି –ଜିନପିଙ୍ଗ୍-ପୁଟିନ୍

ନନ୍ଦିଘୋଷ ବ୍ୟୁରୋ : ଗୋଟିଏ ମଞ୍ଚରେ ଏକାଠି ନଜର ଆସିଲେ ତିନି ମହାଶକ୍ତି । ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକାଠି ନଜର ଆସିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ । ଆନୁଷ୍ଠାନିକ ବୈଠକ ପୂର୍ବରୁ ପରସ୍ପର ସହ ମିଶାଇଲେ ହାତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି, ଚୀନ୍ ରାଷ୍ଟ୍ରପତି ସି ଜିନପିଂଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।

ଏସସିଓ ସମିଟ୍ ଅବସରରେ କୌଣସି ଆନୁଷ୍ଠାନିକ ବୈଠକ ପୂର୍ବରୁ ନିର୍ଦ୍ଧାରିତ ନଥିଲେ ମଧ୍ୟ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଂଙ୍କ ମଧ୍ୟରେ ହାତମିଳାହେବା ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଏହି ଅନୁଚିନ୍ତିତ ଭେଟଘାଟ ସମୟରେ ଉଭୟ ନେତା ପରସ୍ପରକୁ କୁଶଳବାର୍ତ୍ତା ପଚାରି ବୁଝିଥିଲେ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗରେ କିଛି ସମୟ କଥା ହୋଇଥିଲେ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ବିଶ୍ୱରୁ ଆତଙ୍କବାଦର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଏବଂ ଏହାର ପୂରା ତନ୍ତ୍ର ର ଧ୍ୱଂସ କରାଯିବା ନିହାତି ଜରୁରୀ । ସୀମାପାର ଆତଙ୍କବାଦ କେବଳ ଗୋଟିଏ ଦେଶ ପାଇଁ ନୁହେଁ, ବରଂ ସମଗ୍ର ମାନବଜାତି ପାଇଁ ଏକ ବଡ଼ ବିପଦ ବୋଲି ସେ ମତ ଦେଇଛନ୍ତି । ଉଭୟ ନେତାଙ୍କ ଏହି କ୍ଷଣସ୍ଥାୟୀ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଭେଟଘାଟକୁ ଆନ୍ତର୍ଜାତୀୟ ରାଜନୀତିରେ ବେଶ୍ ଗୁରୁତ୍ୱ ଦିଆଯାଉଛି । ଏହା ଦ୍ୱାରା ଦୁଇ ଏସୀୟ ମହାଶକ୍ତିଙ୍କ ମଧ୍ୟରେ କୂଟନୈତିକ ସମ୍ପର୍କରେ ଧୀରେ ଧୀରେ ସୁଧାର ଆସୁଥିବାର ସୂଚନା ମିଳୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)