ଗିରଫ ହେବା ପରେ ଉଦୟନିଧି ଷ୍ଟାଲିନଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ-ମୁଁ କ’ଣ…
ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ଅଡ଼ୁଆ ବଢ଼ିଛି। ଅଭିନେତ୍ରୀ ତ୍ରିଶାଙ୍କୁ ନେଇ କରିଥିବା ମନ୍ତବ୍ୟ ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ତ୍ରିଶାଙ୍କୁ ନେଇ କଥିତ ଦ୍ୱିଅର୍ଥବୋଧକ ମନ୍ତବ୍ୟ କରିବା ପରେ ପୋଲିସ ଉଦୟନିଧି ଷ୍ଟାଲିନଙ୍କୁ ଗିରଫ କରିଛି। ଏହାପରେ ଷ୍ଟାଲିନଙ୍କ ପ୍ରଥମ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ସେ କେଉଁଠି ମଧ୍ୟ ତ୍ରିଶାଙ୍କ ନାମ ନେଇନାହାନ୍ତି।
ଷ୍ଟାଲିନ କହିଛନ୍ତି , “ମୁଁ କ’ଣ କିଛି ଭୁଲ କହିଛି? ମୁଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆଉ କାହାର ନାମ ନେଇନାହିଁ। ଏହାଠାରୁ ଅଧିକ ଏହି ପ୍ରସଙ୍ଗରେ ମୁଁ କୌଣସି ମନ୍ତବ୍ୟ କରିବାକୁ ଚାହୁଁନାହିଁ।”
ସୂଚନାଯୋଗ୍ୟ ଯେ, ପୋଲିସ ଷ୍ଟାଲିନଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା। ମଙ୍ଗଳବାର ପଚରାଉଚରା ପାଇଁ ପୋଲିସ ଭ୍ୟାନରେ ତାଙ୍କୁ ନିଆଯାଇଥିବା ବେଳେ ସେଠାରେ ଉତ୍ତେଜନା ଓ ହଙ୍ଗାମା ଦେଖାଦେଇଥିଲା।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।