02 AUGUST 2026

Welcome!

Unlock your personalized experience.
Sign Up

ଗାଧୋଇବା ବେଳେ ନାଳରେ ବୁଡ଼ି ନାବାଳକଙ୍କ ମୃତ୍ୟୁ

Aug 02, 2026 - 15:20
ଗାଧୋଇବା ବେଳେ ନାଳରେ ବୁଡ଼ି ନାବାଳକଙ୍କ ମୃତ୍ୟୁ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାମୁନିଗୁଡା ଥାନା ଅନ୍ତର୍ଗତ ଲିଠିଗୁଡା ଗ୍ରାମ ନିକଟସ୍ଥ ହରିଶଙ୍କର ଶୈବପୀଠ ନାଳରେ ଘଟିଛି ଏକ ଅଭାବନୀୟ ଘଟଣା I ଗତକାଲି ୪ରୁ ୫ ଜଣ ନାବାଳକ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଲିଠିଗୁଡା ଗ୍ରାମ ଦୋରା ସାହିର ଦିନବନ୍ଧୁ ସିୟୁନାଙ୍କ ପୁଅ ଆଲୋକ ସିୟୁନା ଗଭୀର ପାଣିରେ ବୁଡ଼ି ଯାଇଥିଲେ । ଖବର ପାଇ ଗ୍ରାମବାସୀ ଓ ବିଷମକଟକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ନାବାଳକଙ୍କ କୌଣସି ସନ୍ଧାନ ମିଳିନଥିଲା ।

Death: ସାପକାମୁଡ଼ାରେ ଚାଲିଗଲା ପ୍ରେମିକର ଜୀବନ, ଜୀବନ ହାରିଲେ ପ୍ରେମିକା

ଆଜି ସକାଳେ ପୁଣିଥରେ ଖୋଜାଖୋଜି ଆରମ୍ଭ କରାଯିବା ପରେ ନାଳରୁ ଆଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ଆମ୍ବୁଲାନ୍ସ ଯୋଗେ ଶବକୁ ବ୍ୟବଛେଦ ପାଇଁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଏହି ଦୁଃଖଦ ଘଟଣା ପରେ ସମଗ୍ର ଲିଠିଗୁଡା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।