Bumrah: ଶ୍ରୀଲଙ୍କା ଟେଷ୍ଟ୍‌ରେ ଖେଳିବେନି ବୁମ୍‌ରା

Aug 02, 2026 - 15:41
Bumrah: ଶ୍ରୀଲଙ୍କା ଟେଷ୍ଟ୍‌ରେ ଖେଳିବେନି ବୁମ୍‌ରା

"ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଆଗାମୀ ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିପାରିବେନି।

ସଂପ୍ରତି ବେଙ୍ଗାଲୁରୁସ୍ଥିତ ବିସିସିଆଇ ଉର୍ତ୍କର୍ଷ କେନ୍ଦ୍ର (ସିଓଇ)ରେ ପୁନଃଥଇଥାନରେ ଥିବା ବୁମ୍‌ରାଙ୍କୁ ଫିଟ୍‌ନେସ୍‌ ସର୍ତ୍ତରେ ଶ୍ରୀଲଙ୍କା ଗସ୍ତ ଲାଗି ଘୋଷିତ ଦଳରେ ସ୍ଥାନ ମିଳିଥିଲା।

ହେଲେ ବୁମ୍‌ରାଙ୍କ ପ୍ରାରମ୍ଭିକ ଫିଟ୍‌ନେସ୍‌ ମୂଲ୍ୟାଙ୍କନ ବେଳେ ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡ଼ିଥିଲା।Advertisment ଆଣ୍ଠୁ ଯନ୍ତ୍ରଣା ପାଇଁ ଖେଳରୁ ବାଦ୍ ଫଳରେ ଦଳ ସହ ଶ୍ରୀଲଙ୍କା ଗସ୍ତ କରିବା ବିପଦ ହୋଇପାରେ ଏବଂ ସମ୍ପୂର୍ଣ୍ଣ ସୁସ୍ଥ ପର୍ଯ୍ୟନ୍ତ ସିଇଓରେ ରହିବାକୁ ବିସିସିଆଇ ଅଧିକାରୀମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି।

ବିସିସିଆଇ ଡାକ୍ତରୀ ଦଳ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ଆଣ୍ଠୁ ଯନ୍ତ୍ରଣା ପାଇଁ ଇଞ୍ଜେକ୍‌ସନ୍‌ ନେବାକୁ ବୁମ୍‌ରାଙ୍କୁ କହିଥିଲେ।

ସେହି ଅନୁଯାୟୀ ଗତ ମାସରେ ୩୨ ବର୍ଷୀୟ ଇଞ୍ଜେକ୍‌ସନ୍‌ ନେଇଥିଲେ।

ଏହି ସମସ୍ୟାରୁ ମୁକୁଳିବାକୁ ତାଙ୍କୁ ଆଉ କିଛିଦିନ ଲାଗିଯିବ। ‌ଗଲ୍‌ରେ ଖେଳାଯିବାକୁ ପ୍ରଥମ ଟେଷ୍ଟ୍‌ ନ ଖେଳାଇ କଲମ୍ବୋରେ ଖେଳାଇବା ନେଇ ଆଲୋଚନା ହୋଇଥିଲା।

Hockey: ଏସିଆ କପ୍‌ ପ୍ରସ୍ତୁତି: ଭାରତରେ ୮ ମ୍ୟାଚ୍‌ ଖେଳିବ ମାଲେସିଆ କନିଷ୍ଠ ଦଳ ହେଲେ ସିଓଇ ଡାକ୍ତରୀ ଦଳ କୌଣସି ରିକ୍ସ ନେବାକୁ ଚାହୁ ନାହାନ୍ତି।

ଫଳରେ ଶ୍ରୀଲଙ୍କା ଗସ୍ତ ଦଳରୁ ସେ ବାଦ୍‌ ପଡ଼ିବା ପ୍ରାୟ ନିଶ୍ଚିତ ହୋଇଛି।

ମୁମ୍ବାଇରେ ଶୁବମନ ଗିଲ୍‌ଙ୍କ ଦଳ ଅଗଷ୍ଟ ୩ରେ ଏକାଠି ହେବା ପରେ ୪ ତାରିଖରେ ଶ୍ରୀଲଙ୍କା ଗସ୍ତ କରିବ।

ଏହା ପୂର୍ବରୁ ବୁମ୍‌ରାଙ୍କ ବଦଳ ଖେଳାଳିଙ୍କ ନାମ ବିସିସିଆଇ ଘୋଷଣା କରିପାରେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।