Stabbed: ସାଙ୍ଗ ବେକରେ ଛୁରୀ ଭୁସିଦେଲା ସାଙ୍ଗ

Aug 02, 2026 - 15:20
Stabbed: ସାଙ୍ଗ ବେକରେ ଛୁରୀ ଭୁସିଦେଲା ସାଙ୍ଗ

"ସୋର: ଦୁଇଜଣ ସାଙ୍ଗ ଖେଳୁଥିବା ବେଳେ କୌଣସି କଥା କଟାକଟିକୁ ନେଇ ଜଣେ ଅନ୍ୟଜଣଙ୍କ ବେକରେ ଛୁରୀ ଭୁସିଦେଇଛି।

ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ତେଣ୍ଟେଇ ଗ୍ରାମରେ।Advertisment ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ସୂଚନା ମୁତାବକ, ତେଣ୍ଟେଇ ଗ୍ରାମର ମାଳତୀ ମଳିକଙ୍କ ୮ବର୍ଷର ପୁଅ ଦୀପଙ୍କର ମଳିକ ଅନ୍ୟଜଣେ ସାଙ୍ଗ ସହ ଖେଳୁଥିଲେ।

ଏହି ସମୟରେ ହଠାତ ଦୁଇଜଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା।

ଫଳରେ ଦୀପଙ୍କରର ସାଙ୍ଗ ଘରୁ ଛୁରୀ ଆଣି ଦୀପଙ୍କର ବେକରେ ଭୁସିଦେଇଥିଲା।

ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି।

Death: ସାପକାମୁଡ଼ାରେ ଚାଲିଗଲା ପ୍ରେମିକର ଜୀବନ, ଜୀବନ ହାରିଲେ ପ୍ରେମିକା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।