ଗଞ୍ଜେଇ ଚାଲାଣବେଳେ ମାଡ଼ିବସିଲା ପୋଲିସ: ବାଇକ୍‌ ସହ ୨୨ କେଜି ଗଞ୍ଜେଇ ଜବତ କରି…

Jun 28, 2026 - 14:31
ଗଞ୍ଜେଇ ଚାଲାଣବେଳେ ମାଡ଼ିବସିଲା ପୋଲିସ: ବାଇକ୍‌ ସହ ୨୨ କେଜି ଗଞ୍ଜେଇ ଜବତ କରି…

ଦାରିଙ୍ଗବାଡ଼ି,୨୮ା୬(ଅରୁଣ ସାହୁ): ଗଞ୍ଜେଇ ଚୋରା କାରବାରରେ ଯୁବଗୋଷ୍ଠୀ ବେଶି ସଂଶ୍ଲିଷ୍ଟ ରହୁଥିବା ପୋଲିସର ଗିରଫରୁ ଜଣାପଡ଼ିଛି। ଏଭଳି ଘଟଣା କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ଦେଖାଯାଉଥିବାବେଳେ ଜିଲାର ଦାରିଙ୍ଗବାଡ଼ି ପୋଲିସ ଜଣେ ଯୁବକ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଶନିବାର ସନ୍ଧ୍ୟାରେ ୫୯ ନଂ ଜାତୀୟ ରାଜପଥର ଇକୋ ରିଟ୍ରିଟ୍‌ ସ୍ଥଳ ଛକରୁ ଗିରଫ କରିଛି। ଗିରଫ ଯୁବକ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଞ୍ଚଳର ମନୋରଞ୍ଜନ ପ୍ରଧାନ (୩୦) ବୋଲି ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି।

ସେହିପରି ଗଞ୍ଜେଇ ଚୋରା ଚାଲାଣ ପାଇଁ ବ୍ୟବହାର କରାଯାଉଥିବା ଗୋଟିଏ ବାଇକ୍‌ ଓ ମୋବାଇଲକୁ ଜବତ କରିଛି ସେ ମୋଟ ୨୨ କେଜି ଗଞ୍ଜେଇ ନେଉଥିବା ବେଳେ ତାକୁ ମଧ୍ୟ ଜବତ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଥିରେ ଆଉ କିଏ ସମ୍ପୃକ୍ତି ଅଛି ଓ କେଉଁଠୁ ଏହି ଗଞ୍ଜେଇ ଆସୁଥିଲା ସେନେଇ ପୋଲିସ ଅଧିକ ତଦନ୍ତ କରୁଛି ଏନେଇ ପୋଲିସ ପକ୍ଷରୁ ଏକ ମାମଲା (୧୬୫ /୨୬ )ରୁଜୁ କରିଛି।

Dharitri – Odisha’s No.1 Odia Daily