କ୍ରିକେଟ ଟୁର୍ନାମେଣ୍ଟ, ସୋମପେଣ୍ଠା ବିଜୟୀ, ଖେଳାଳିଙ୍କୁ ଉତ୍ସାହିତ କଲେ ବିଧାୟକ
ଛତ୍ରପୁର,୨୮।୬(ଦିଲ୍ଲୀପି ସାମଲ): ଛତ୍ରପୁର ନିକଟସ୍ଥ ଟି. ନୂଆଁଗାଁ ପଡ଼ିଆରେ ଚାଲିଥିବା ଶ୍ରୀଶ୍ରୀ ବାବା ଅଗସ୍ତିଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ ରଙ୍ଗେଈଲୁଣ୍ଡା ଏବଂ ସୋମପେଣ୍ଠା ଦଳ ମଧ୍ୟରେ କଡା ମୁକାବିଲା ହୋଇଥିଲା। ଏଥିରେ ସୋମପେଣ୍ଠା ଟିମ୍ ବିଜୟୀ ହୋଇଥିବା ବେଳେ ରଙ୍ଗେଈଲୁଣ୍ଡା ଟିମ ପରାଜିତ ହୋଇଥିଲେ। ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ପୂର୍ବତନ ଜିଲାପରିଷଦ ସଭ୍ୟ ମୁନା ଦାସ, ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ, ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ବିମଳ କୁମାର ପଣ୍ଡା, ଯୁବନେତା ଟି. ଚନ୍ଦ୍ର ଶେଖର ରାଓ, ଛତ୍ରପୁର ବ୍ଲକ ବିଜେଡି ସଭାପତି ଏସ. ଚକ୍ରପାଣି ରେଡ୍ଡୀ, ଚମାଖଣ୍ଡି ସରପଞ୍ଚ ସିଏଚ୍. ମନୋଜ କୁମାର ରେଡ୍ଡୀ, ବି. ଲିଙ୍ଗରାଜ ପାତ୍ର, ରାଜେଶ ମହାରଣାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇ ଥିଲେ।
ଏହି ଅବସର ଆୟୋଜକ ପକ୍ଷରୁ ବିଜୟୀ ଦଳକୁ ଟ୍ରଫି ସହ ୩୦ ହଜାର ଓ ପରାଜିତା ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଟୁର୍ନାମେଣ୍ଟରେ ୮ ଟି ଦଳ ଏହି ଅଂଶ ଗ୍ରହଣ କରିଥିଲେ। ଏଥିରେ ରାଜ୍ୟ ବାହାରୁ ମଧ୍ୟ୍ୟ କିଛି ଦଳ ସାମିଲ ହୋଇଥିଲେ। ଟୁର୍ନାମେଣ୍ଟକୁ ଶ୍ରୀରାମ ଦାସ, ଅରୁଣ ଦାସଙ୍କ ସହ ଯୁବଗୋଷ୍ଠୀ ପରିଚାଳନା କରିଥିଲେ। ପ୍ରାରମ୍ଭରେ ସାନଖେମୁଣ୍ଡି ବିଧାୟକ ଜେନାଙ୍କୁ ପୂର୍ବତନ ଜିଲା ପରିଷଦ ସଭ୍ୟ ମୁନା ଦାସଙ୍କ ନେତୃତ୍ୱରେ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଟୁର୍ନାମେଣ୍ଟସ୍ଥଳକୁ ପାଛୋଟି ଅଣାଯାଇଥିଲା। ଏହି ଅବସର ବହୁ ଜନଗହଳି ହୋଇଥିଲା।