କୋରାପୁଟର ଜ୍ୟୋତିରେଖାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା, କହିଲେ ଆର୍ଥିକ ବିକାଶରେ…
ଜୟପୁର,୧୧ା୭(ଅମିତାଭ ବେହେରା): ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ ଓ ଗଠନମୂଳକ ପରାମର୍ଶ ପାଇଁ ଜିଲାସ୍ତରୀୟ ମହାସଂଘର ସଭାପତି ଜ୍ୟୋତିରେଖା ଚେଟ୍ଟୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନମନ୍ତ୍ରୀ ପ୍ରଭାତୀ ପରିଡ଼ା ଧନ୍ୟବାଦ ପତ୍ର ପ୍ରେରଣ କରି ପ୍ରଶଂସା କରିଛନ୍ତି।
ଧନ୍ୟବାଦ ପତ୍ରରେ ଉପମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ମହିଳା ସଶକ୍ତିକରଣ, ଗ୍ରାମାଞ୍ଚଳରେ ମହିଳା ଉଦ୍ୟୋଗୀକରଣ, ‘ଲକ୍ଷପତି ଦିଦି’ ସୃଷ୍ଟି ଏବଂ ତୃଣମୂଳ ସ୍ତରରେ ଆର୍ଥିକ ବିକାଶରେ ଜ୍ୟୋତିରେଖା ଚେଟ୍ଟୀଙ୍କ ଅବଦାନ ପ୍ରଶଂସନୀୟ। ସମ୍ମିଳନୀରେ ସେ ଦେଇଥିବା ମତାମତ ଓ ପରାମର୍ଶ ସରକାରଙ୍କ ଆଗାମୀ କାର୍ଯ୍ୟପନ୍ଥାକୁ ଅଧିକ ସମୃଦ୍ଧ କରିବ ବୋଲି ପତ୍ରରେ କୁହାଯାଇଛି।
ପ୍ରଭାତୀ ଆହୁରି କହିଛନ୍ତି ଯେ, ନାରୀଶକ୍ତିର ସର୍ବାଙ୍ଗୀନ ବିକାଶ ଏବଂ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ସମ୍ମିଳନୀରେ ମିଳିଥିବା ଗଠନମୂଳକ ପ୍ରସ୍ତାବଗୁଡ଼ିକୁ ଆଗାମୀ ଯୋଜନା ରୂପାୟଣରେ ସାମିଲ କରାଯିବ ବୋଲି ସେ ଦର୍ଶାଇଛନ୍ତି। ବିକଶିତ ଓଡ଼ିଶା ଗଠନରେ ନାରୀଶକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମଧ୍ୟ ସେ ମତ ପ୍ରକାଶ କରିଛନ୍ତି।
ପ୍ରଶଂସା ପତ୍ର ପାଇବା ପରେ ଜ୍ୟୋତିରେଖା ଚେଟ୍ଟୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ କୃତଜ୍ଞତା ଜଣାଇବା ସହ ମହିଳା ସଶକ୍ତିକରଣ ଦିଗରେ ଆଗାମୀ ଦିନରେ ମଧ୍ୟ ନିଜର ସକ୍ରିୟ ସହଯୋଗ ଜାରି ରଖିବେ ବୋଲି କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।