ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

Jul 11, 2026 - 18:24
ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ
କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା ଦେଖିବାକୁ ମିଳିଛି। ତାର ବାଡ଼ରେ ଫସି ଭାଲୁଟି ଛଟପଟ ହେଉଥିବାରୁ ଗ୍ରାମବାସୀ ଭୟଭୀତ ହୋଇ ସେହି ଅଞ୍ଚଳକୁ ଯିବାକୁ ସାହସ କରି ନ ଥିଲେ। ପରେ କିନେରକେଲା ଗ୍ରାମବାସୀ କେସିଙ୍ଗା ବନ ବିଭାଗକୁ  ଖବର ଦେଇଥିଲେ। ସୂଚନା ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭବାନୀପାଟଣାର ରାପିଡ୍‌ ରେସ୍କ୍ୟୁ ଟିମ୍‌କୁ ଅବଗତ କରାଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।