PM Modi: ଇଣ୍ଡୋନେସିଆରେ ମୋଦିଙ୍କ Math Politics; '୮' ଫର୍ମୁଲାରେ ମୁଗ୍ଧ ଇଣ୍ଡୋନେସିଆ
ନୂଆଦିଲ୍ଲୀ, ୦୮/୦୭: ଜାକାର୍ତ୍ତାରେ ମୋଦୀଙ୍କ ଗଣିତ ପାଠ। ସମ୍ପର୍କର ନୂଆ ସମୀକରଣ ଗଢିଲେ ମୋଦୀ। ମୋଦିଙ୍କ ୮ ଫର୍ମୁଲା ଚର୍ଚ୍ଚାରେ ଜାକାର୍ତ୍ତାରେ ଗୁଞ୍ଜିଲା କରତାଳି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି। ମଙ୍ଗଳବାର ଜାକର୍ତ୍ତାରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧନ କରି ସେ ଏକ ସରଳ ଗାଣିତିକ ଉଦାହରଣ ମାଧ୍ୟମରେ ଭାରତ ଓ ଇଣ୍ଡୋନେସିଆର ଦୀର୍ଘଦିନର ବନ୍ଧୁତାକୁ ଜାହିର କରିଥିଲେ । ତାଙ୍କ ‘୨+୬=୮ ଏବଂ ‘୧+୭=୮’ ଉଦାହରଣ ଇଣ୍ଡୋନେସିଆ ବାସୀଙ୍କ ମନ ଜିତିଥିଲା।
ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଭାରତ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ କରେ। ସେ ଉପସ୍ଥିତ ଲୋକଙ୍କୁ ୨ ଏବଂ ୬ ଯୋଗ କରିବାକୁ କହିଥିଲେ, ଯାହାର ଫଳ ୮ । ପରେ ସେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋଙ୍କ ଜନ୍ମତାରିଖ ୧୭ ସହ ଏହାକୁ ଯୋଡ଼ି କହିଥିଲେ୧+୭=୮। ଏହି ସାଧାରଣ ଗଣିତ ମାଧ୍ୟମରେ ସେ ଦୁଇ ଦେଶର ଘନିଷ୍ଠ ସମ୍ପର୍କର ମହତ୍ତ୍ବ ବୁଝାଇଥିଲେ ।
ଗଣତନ୍ତ୍ର ଦିବସର ଉଦାହରଣ:
ପ୍ରଧାନମନ୍ତ୍ରୀ ମୋଦି ସ୍ମରଣ କରାଇଥିଲେ ଯେ ଗତ ବର୍ଷ ଭାରତର ଗଣତନ୍ତ୍ର ଦିବସ ଉତ୍ସବରେ ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ, “୨୬ ତାରିଖରେ ୨ ଓ ୬ ମିଶି ୮ ହୁଏ। ମୋର ବନ୍ଧୁ ରାଷ୍ଟ୍ରପତିଙ୍କ ଜନ୍ମତାରିଖ ୧୭, ସେଠାରେ ମଧ୍ୟ ୧ ଓ ୭ ମିଶିଲେ ୮ ହୁଏ।”
‘ଆପଣଙ୍କ DNA କଥା ଭାରତୀୟଙ୍କ ହୃଦୟ ଜିତିଥିଲା’
ପିଏମ୍ ମୋଦି କହିଥିଲେ ଯେ ରାଷ୍ଟ୍ରପତି ସୁବିଆଣ୍ଟୋ ପୂର୍ବରୁ ଏବଂ ଏଥର ମଧ୍ୟ କହିଛନ୍ତି ଯେ ତାଙ୍କ ଭିତରେ ଭାରତୀୟ DNA ରହିଛି । ଏହି ବକ୍ତବ୍ୟ କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିଥିଲା। ଜାକର୍ତ୍ତାରେ ମଧ୍ୟ ଏହି କଥା ଶୁଣି ଉପସ୍ଥିତ ଲୋକେ ଜୋରଦାର କରତାଳିରେ ସ୍ୱାଗତ କରିଥିଲେ।
ଭାରତ-ଇଣ୍ଡୋନେସିଆ ସମ୍ପର୍କ ଆହୁରି ମଜବୁତ:
ଦୁଇ ଦେଶର ଦୀର୍ଘକାଳୀନ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଭାରତ ଓ ଇଣ୍ଡୋନେସିଆର ବନ୍ଧୁତା ବିଶ୍ୱାସ, ସହଭାଗୀ ସଭ୍ୟତା ଏବଂ ଲୋକ-ଲୋକ ସମ୍ପର୍କ ଉପରେ ଆଧାରିତ। ଉଭୟ ଦେଶକୁ ସଂଯୋଗ କରୁଥିବା ସମୁଦ୍ର ଏବଂ ଐତିହାସିକ ସମ୍ପର୍କ ଏହି ବନ୍ଧୁତାକୁ ଆହୁରି ଦୃଢ଼ କରିଛି। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଭାରତ ‘ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତର’ ସହ ଦ୍ରୁତ ଅଗ୍ରଗତି କରୁଛି। ଭାରତର ବିକାଶ ଓ ଆତ୍ମନିର୍ଭର ଅଭିଯାନ କେବଳ ଦେଶ ପାଇଁ ନୁହେଁ, ବରଂ ଇଣ୍ଡୋନେସିଆ ଓ ସମଗ୍ର ASEAN ଅଞ୍ଚଳ ପାଇଁ ମଧ୍ୟ ନୂଆ ସହଯୋଗ ଓ ବିନିଯୋଗର ସୁଯୋଗ ସୃଷ୍ଟି କରୁଛି।
ଅଧିକ ପଢ଼ନ୍ତୁ- Hirakud Dam: ଗୁରୁବାର ମହାନଦୀରୁ ପ୍ରଥମ ବନ୍ୟାଜଳ ନିଷ୍କାସନ; ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ତଳି ଅଞ୍ଚଳରେ ନାହିଁ ବନ୍ୟା ସ୍ଥିତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।