16 JULY 2026

Welcome!

Unlock your personalized experience.
Sign Up

କୁନି ରଥରେ କୁନି ଠାକୁର, ଚର୍ଚ୍ଚାରେ ଓମ୍‌ଙ୍କ ୪ ଇଞ୍ଚର ଧାନରଥ...

Jul 16, 2026 - 08:23
କୁନି ରଥରେ କୁନି ଠାକୁର, ଚର୍ଚ୍ଚାରେ ଓମ୍‌ଙ୍କ ୪ ଇଞ୍ଚର ଧାନରଥ...

ଖୋର୍ଦ୍ଧା, ୧୬/୦୭: ଗୁରୁବାର ରଥଯାତ୍ରା ନିମନ୍ତେ ଶ୍ରୀକ୍ଷେତ୍ର ସମେତ ରାଜ୍ୟର ପ୍ରତିଟି ଜଗନ୍ନାଥ ମନ୍ଦିରରେ ରଥ ଓ ପଥ ପ୍ରସ୍ତୁତ ରହିଛି । ନିରାକାର, ନିବି ର୍କାର ଓ ପରଂବ୍ରହ୍ମ ଠାକୁର ଶ୍ରୀଜଗନ୍ନାଥ ରତ୍ନସିଂହାସନ ଛାଡ଼ି ଭକ୍ତଙ୍କ ମେଳକୁ ଆସିବାକୁ ଥିବା ବେଳେ ଲୀଳାମୟ ଠାକୁରଙ୍କୁ ବଡ଼ଦାଣ୍ଡରେ ରଥ ଉପରେ ଦର୍ଶନ କରିବାକୁ ଭକ୍ତଙ୍କ ମଧ୍ୟରେ ବ୍ୟଗ୍ରତା ଦେଖାଯାଇଛି । ଏଭଳି ସ୍ଥଳରେ ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ପଲଟନପଡ଼ିଆ ସ୍ଥିତ ଦୀପ୍ତିରଞ୍ଜନ ସାହୁଙ୍କ ଏକମାତ୍ର ପୁତ୍ର ଶୁଭ୍ରାଶୁଂ ରଞ୍ଜନ ସାହୁ (ଓମ୍) ୪ ଇଞ୍ଚ୍ର ସୂକ୍ଷ୍ମକାରୁ କାର୍ଯ୍ୟ ଧାନ ରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି । ୧୯ ବର୍ଷୀୟ ଓମ ନିର୍ମାଣ କରିଥିବା ଧାନ ରଥ ଜିଲ୍ଲାର ସର୍ବକନିଷ୍ଠ ହୋଇଥିବା ଦାବି କରିଛନ୍ତି । ଏ ଥର ନିର୍ମାଣରେ ସେ ୫୦୦ ଗ୍ରାମ ଧାନ ଏବଂ କାଗଜ ପେଟି, ରଙ୍ଗ, ଅଠା, ଦାନ୍ତକାଠି ଭଳି ସାମଗ୍ରୀ ବ୍ୟବହୃତ କରିଥିବା ବେଳେ ଧାନ ଥର ନିର୍ମାଣ କରିବାକୁ ୩ ଦିନ ସମୟ ଲାଗିଥିବା କହିଛନ୍ତି ।

ଓମ୍‌ଙ୍କ କହିବା କଥା ସେ ପ୍ରଥମ ଥର ରଥ ନିର୍ମାଣ କରିନାହାନ୍ତି । ୨୦୨୦ କୋଭିଡ଼ ସମୟରେ ରଥଯାତ୍ରା ସମୟରେ ଆଠ ଫୁଟ କାଠ ରଥ ନିର୍ମାଣ କରିଥିବା ବେଳେ ଏଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ଼ କରିଥିଲେ । ସେହିପରି ୨୦୨୧ ମସିହାରେ ୬ ଫୁଟ କାଠ ରଥ ଏବଂ ୨୦୨୨ରେ ଦୁଇ ଫୁଟ ରଥ କାର୍ଟୁନରେ ନିର୍ମାଣ କରିଥିଲେ । ୨୦୨୪ ମସିହାରେ ଅଦରକାରୀ କାଗଜରେ ୫ ଇଞ୍ଚର ଓ ୨୦୨୫ରେ ଦୁଇ ଇଞ୍ଚ୍ ଉଚ୍ଚତା ବିଶିଷ୍ଟ ୩ଟି କାଗଜ ରଥ ନିର୍ମାଣ କରିଥିଲେ । ଚଳିତ ବର୍ଷ ସୂକ୍ଷ୍ମକାରୁ କାର୍ଯ୍ୟ ରଥ ନିର୍ମାଣ କରି ଓମ୍ ବେଶ ପ୍ରସଂଶା ସାଉଣ୍ଟିଛନ୍ତି ।

ଅଧିକ ପଢ଼ନ୍ତୁ :- ବଡ଼ଦେଉଳରେ ଦତ୍ତ ମହାପାତ୍ର-କମାଣ୍ଡର ଠେଲାପେଲା, ସେବକଙ୍କୁ ସେବାରୁ ନିଲମ୍ବନ କଲା ଶ୍ରୀମନ୍ଦିର ପ୍ରଶାସନ, ସିଂହଦ୍ୱାର ଥାନାରେ ଏତଲା

ଓମଙ୍କ କହିବା ଅନୁସାରେ, ଠାକୁର ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହୋଇ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ୨୦୦୬ ମସିହାରେ ସେ ଜନ୍ମ ହୋଇଥିଲେ । ତେଣୁ ପ୍ରଭୁ ପରଂବ୍ରହ୍ମଙ୍କ କରୁଣାରେ ଏଭଳି ପବିତ୍ର ଦିନରେ ତାଙ୍କ ଜନ୍ମ ହୋଇଥିବା ବିଶ୍ୱାସ କରିଛନ୍ତି । ତେଣୁ ତାଙ୍କ ଉପରେ ବିଶ୍ୱାସ ଓ ଆସ୍ଥା ରହିଛି । କୋଭିଡ଼ ସମୟରେ ରଥ ଉପରେ ଠାକୁର ଦର୍ଶନ ପାଇବାରୁ ମୁଁ ବଞ୍ଚିତ ହୋଇଥିବାରୁ ମନକୁ ବହୁତ ବ୍ୟାଥିତ କରିଥିଲା । ତେଣୁ ସେହିବର୍ଷଠାରୁ ରଥଯାତ୍ରାରେ ରଥ ନିର୍ମାଣ କରିଆସୁଥିବା କହିଛନ୍ତି । ଓମ୍‌ଙ୍କ ଏମିତି ୪ ଇଞ୍ଚ ସୂକ୍ଷ୍ମ ଧାନ ରଥ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ବେଶ ଆଗ୍ରହ ଦେଖାଯାଇଥିବା ବେଳେ ତାଙ୍କର ଏମିତି ସୂକ୍ଷ୍ମ କାରୁକାର୍ଯ୍ୟ ୪ ଇଞ୍ଚ ଧାନ ରଥ ଜିଲ୍ଲାରେ କନିଷ୍ଠ ରଥ ହୋଇଥିବା ଓମ୍ ଦାବି କରିଛନ୍ତି । ମୁଁ ନିମିତ୍ତ ମାତ୍ର ବରଂ ପ୍ରଭୁ ଲୀଳାମୟଙ୍କ ଆଶୀର୍ବାଦରେ ଏମିତି ରଥ ନିର୍ମାଣ ମୋ କ୍ଷେତ୍ରରେ ସମ୍ଭବ ହୋଇଥିବା ଓମ୍ କହିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।