16 JULY 2026

Welcome!

Unlock your personalized experience.
Sign Up

Crime News: ଏସ୍‌ପି, ଉପଜିଲ୍ଲାପାଳଙ୍କୁ ଜାଲ୍‌ ପରିଚୟପତ୍ର ଦେଖାଇଲେ RAW- ଆଇବି ଏଜେଣ୍ଟ, ଦୁଇ ନକଲି ଅଧିକାରୀଙ୍କୁ ଉଠାଇନେଲା ପୁଲିସ

Jul 16, 2026 - 09:27
Crime News: ଏସ୍‌ପି, ଉପଜିଲ୍ଲାପାଳଙ୍କୁ ଜାଲ୍‌ ପରିଚୟପତ୍ର ଦେଖାଇଲେ RAW- ଆଇବି ଏଜେଣ୍ଟ, ଦୁଇ ନକଲି ଅଧିକାରୀଙ୍କୁ ଉଠାଇନେଲା ପୁଲିସ

ବ୍ରହ୍ମପୁର, ୧୬/୦୭: ସାଧାରଣ ଲୋକଙ୍କୁ ନୁହେଁ, ଏସ୍‌ପି, ଉପଜିଲ୍ଲାପାଳଙ୍କୁ ଦୁଇଜଣ ଦେଖାଇଲେ ଜାଲ୍‌ ପରିଚୟପତ୍ର । ନିଜକୁ  ଇନ୍‌ଟେଲିଜେନ୍ସ ବ୍ୟୁରୋ(ଆଇବି) ଏବଂ ରିସର୍ଚ୍ଚ ଏଣ୍ଡ୍‌ ଆନାଲିସିସ୍‌ ୱିଙ୍ଗ୍‌(ର)  ଏଜେଣ୍ଟ ବୋଲି ପରିଚୟ ଦେଲେ । ବ୍ରହ୍ମପୁର ଏସ୍‌ପି ଉଭୟଙ୍କ ଉପରେ ସନ୍ଦେହ ପ୍ରକଟ କରି ଥାନାକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ ଦୁଇଜଣ ଧରାପଡିଛନ୍ତି । ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଦୁଇଜଣଙ୍କୁ ଗିରଫ କରିଛି । ଆନ୍ଧ୍ରପ୍ରଦେଶ ପଲାସା ଥାନା ବ୍ରାହ୍ମଣତରଙ୍ଗ ଗ୍ରାମର ଦୁର୍ଗା ପ୍ରସାଦ ବ୍ରହ୍ମା ଓ ଆଙ୍କୁଲିର ପ୍ରଦୀପ କୁମାର ମଣ୍ଡଳଙ୍କୁ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ  ଗିରଫ କରିଥିବା ବ୍ରହ୍ମପୁର ଏସ୍‌ପି ଡା. ସରବଣା ବିବେକ ଏମ୍‌ ପ୍ରେସ  ବିବୃତିରେ ସୂଚନା ଦେଇଛନ୍ତି । ଉଭୟ ଅବସରପ୍ରାପ୍ତ ସେନା କର୍ମଚାରୀ ।  ସେମାନଙ୍କୁ ପଚରାଉଚରା କରାଯାଉଛି । ସମ୍ପତ୍ତି ବିବାଦର ସମାଧାନ ପାଇଁ  ଉଭୟ ଏଭଳି କରିଥିବା ଜଣାଯାଇଛି ।    

ଅଧିକ ପଢ଼ନ୍ତୁ :- ରିଲିଜ୍‌ ହେବନି ଆନିମେଟେଡ୍‌ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’, କଟକଣା ଜାରି କଲେ ହାଇକୋର୍ଟ

ଆଙ୍କୁଲିର ପ୍ରଦୀପ ମଣ୍ଡଳ ସେନାରେ କାମ କରିବା ସମୟରେ ବାହାରେ  ରହୁଥିଲେ । ସେହି ସମୟରେ ତାଙ୍କ ଭାଇମାନେ ତାଙ୍କୁ ପୈତୃକ ସମ୍ପତ୍ତି  ମାଲିକାନାରୁ ବାଦ ଦେଇଥିଲେ । ଉତ୍ତରାଧିକାରୀ ପ୍ରମାଣପତ୍ରରେ ତାଙ୍କ ନାମ  ମଧ୍ୟ ନଥିଲା । ସେ ବ୍ରହ୍ମପୁର ଫେରିବା ପରେ ଏ ସମ୍ପର୍କରେ ଜାଣିଥିଲେ ।  ପୈତୃକ ସମ୍ପତ୍ତି ଫେରି ପାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ  ପ୍ରଦୀପ । ସେ ତାଙ୍କ ବନ୍ଧୁ ଦୁର୍ଗାଙ୍କୁ ଡାକି ସହାୟତା ମାଗିଥିଲେ । ଏଥିପାଇଁ  ସେମାନେ ଯୋଜନାବନ୍ଧ ଭାବେ ପରିଚୟପତ୍ର ପ୍ରସ୍ତୁତ କରିଥିଲେ । ବ୍ରହ୍ମପୁର  ଉପଜିଲ୍ଲାପାଳଙ୍କୁ ଭେଟି ଦୁର୍ଗା ନିଜକୁ ‘ର’ ଏଜେଣ୍ଟ ଏବଂ ପ୍ରଦୀପ ନିଜକୁ  ଆଇବି ଏଜେଣ୍ଟ ବୋଲି ପରିଚୟ ଦେଇଥିଲେ । ପରେ ସେମାନେ ଭିଜିଲାନ୍ସ  ଅଫିସକୁ ଯାଇ ମଧ୍ୟ ନିଜକୁ ସେହିଭଳି ପରିଚିତ କରାଇଥିଲେ । ପରବର୍ତ୍ତୀ  ସମୟରେ ଉଭୟ ବ୍ରହ୍ମପୁର ଏସ୍‌ପି ଡା. ସରବଣା ବିବେକ ଏମ୍‌ଙ୍କୁ ସାକ୍ଷାତ  କରି ଆଇବି ଓ ର ଏଜେଣ୍ଟ ବୋଲି ପରିଚୟ ଦେବା ପରେ ସେ ସନ୍ଦେହ  କରିଥିଲେ ।

ସେମାନେ କଥା ହୋଇ ଫେରିବା ପରେ ଉଭୟଙ୍କ ସମସ୍ତ  କାଗଜପତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୁଲିସ ଉଭୟଙ୍କୁ ଥାନାକୁ  ଡାକି ପଚରାଉଚରା କରିବା ପରେ ସେମାନେ ସମ୍ପତ୍ତି ବିବାଦର ସମାଧାନ  କରିବାକୁ ଏଭଳି ପରିଚୟ ଦେଉଥିଲେ ବୋଲି ଜଣାପଡ଼ ିଥିଲା । ଏଏସ୍‌ଆଇ  ଅନନ୍ତ ପ୍ରଧାନ ଉଭୟଙ୍କ ନାମରେ ଏତଲା ଦେବା ପରେ ପୁଲିସ ମାମଲା  ରୁଜୁ କରି ଏହାର ତଦନ୍ତ କରିବା ସହ ପ୍ରଦୀପ ଓ ଦୁର୍ଗାଙ୍କୁ ଗିରଫ କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।