16 JULY 2026

Welcome!

Unlock your personalized experience.
Sign Up

ରିଲିଜ୍‌ ହେବନି ଆନିମେଟେଡ୍‌ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’, କଟକଣା ଜାରି କଲେ ହାଇକୋର୍ଟ

Jul 16, 2026 - 08:44
ରିଲିଜ୍‌ ହେବନି ଆନିମେଟେଡ୍‌ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’, କଟକଣା ଜାରି କଲେ ହାଇକୋର୍ଟ

କଟକ,୧୬/୦୭: ବିବାଦୀୟ ଆନିମେଟେଡ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଏବେ ରିଲିଜ୍ ହୋଇପାରିବ ନାହିଁ । ଆସନ୍ତା ୧୭ ତାରିଖରେ ଏହି ଫିଲ୍ମ ରିଲିଜ୍ ପାଇଁ ଦିନ ଧାର୍ଯ୍ୟ ହୋଇଥିଲାବେଳେ ହାଇକୋର୍ଟ ଏହା ଉପରେ କଟକଣା ଲଗାଇଛନ୍ତି । ଅଦାଲତଙ୍କ ଅନୁମତି ବିନା ଏହି ଫିଲ୍ମ ପ୍ରଦର୍ଶନ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ ସ୍ପଷ୍ଟ କରିଛନ୍ତି । ମାମଲାର ଶୁଣାଣି ଆସନ୍ତା ଅଗଷ୍ଟ ୫ ତାରିଖକୁ ଧାର୍ଯ୍ୟ ହୋଇଛି ।

ଅଧିକ ପଢ଼ନ୍ତୁ :-  କୁନି ରଥରେ କୁନି ଠାକୁର, ଚର୍ଚ୍ଚାରେ ଓମ୍ଙ୍କ ୪ ଇଞ୍ଚର ଧାନରଥ...

ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସଦସ୍ୟ ମହେଶ ସାହୁ, ଡକ୍ଟର ପ୍ରମୋଦ ଆଚାର୍ଯ୍ୟ, ଉମାଶଙ୍କର ଆଚାର୍ଯ୍ୟ ଓ ଶାଶ୍ୱତ ସାହୁଙ୍କ ପକ୍ଷରୁ ପୃଥକ ଭାବେ ରୁଜୁ ଦୁଇଟି ମାମଲାର ଏକତ୍ର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ବିଚାରପତି ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର, ଆଇନଜୀବୀ ସମ୍ବିତ୍ ପତ୍ରୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡେପୁଟି ସଲିସିଟର୍ ଜେନେରାଲ ପ୍ରସନ୍ନ କୁମାର ପାଢ଼ୀ ମାମଲା ପରିଚାଳନା କରୁଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।