30 JUNE 2026

Welcome!

Unlock your personalized experience.
Sign Up

କୁଏତ, କତାର ,ବାହାରିନ ଭଳି ଦେଶରେ କାହିଁକି ଚାଲେ ନାହିଁ ଟ୍ରେନ୍ …ଏହା ହିଁ କାରଣ

Jun 30, 2026 - 17:18
କୁଏତ, କତାର ,ବାହାରିନ ଭଳି ଦେଶରେ କାହିଁକି ଚାଲେ ନାହିଁ ଟ୍ରେନ୍ …ଏହା ହିଁ କାରଣ

ନୂଆଦିଲ୍ଲୀ : ଗଲ୍ଫ ଦେଶ ତୈଳ ଓ ଗ୍ୟାସ ଯୋଗୁଁ ଖୁବ୍ ଧନୀ। କୁଏତ, କତାର ଓ ବାହାରିନ ଭଳି ଦେଶର ସହର ଗୁଡ଼ିକରେ ରାସ୍ତା ଗୁଡ଼ିକ ଖୁବ୍ ପ୍ରଶସ୍ତ ଓ ପରିଷ୍କାର। ଆକର୍ଷଣୀୟ ଗଗନଶ୍ଚୁମ୍ଭୀ କୋଠା , ଅତ୍ୟାଧୁନିକ ସୁବିଧା ସୁଯୋଗ ଆଦି ସବୁ କିଛି ଅଛି, ଯାହା ତାଙ୍କର ଐଶ୍ୱର୍ଯ୍ୟକୁ ଦର୍ଶାଇ ଥାଏ। ଏହି ଦେଶ ଏତେ ଧନୀ ଯେ, ସେଠାରେ ରାସ୍ତା ଗୁଡ଼ିକରେ ସୁପରକାର ଦ୍ରୁତଗତିରେ ଚାଲୁ ଥିବାର ଦେଖିବାକୁ ମିଳେ। ଏବେ ତ ଫ୍ଲାଇଂ ଟ୍ୟାକ୍ସି ଭଳି ସର୍ଭିସ୍ ମଧ୍ୟ ଆସିବାକୁ ଯାଉଛି। ତଥାପି ଏହି ସୁପର ଫର୍ଷ୍ଟ ଦେଶ ଗୁଡ଼ିକରେ ଟ୍ରେନ୍ ଦେଖାଯାଏ ନାହିଁ।

କୁଏତ, କତାର, ବାହାରିନ,ୟେମେନ ଓ ଓମାନ ଭଳି ଦେଶ ଗୁଡ଼ିକ ଅଛନ୍ତି …ଯେଉଁଠାରେ ଲୋକଙ୍କୁ ଟ୍ରେନ୍ କଣ , ଏ ବିଷୟରେ କିଛି ଜଣା ନାହିଁ। ଏଥିରେ ପ୍ରଶ୍ନ ଉଠେ , ଏହି ଦେଶ ଗୁଡ଼ିକରେ ଏମିତି କଣ ହୋଇଛି ଯେ, ଆର୍ଥିକ ରୂପେ ଦୃଢ ଥିବା ସତ୍ତ୍ୱେ ଟ୍ରେନର ପରିଚାଳନା ହୋଇ ନଥାଏ। କୁଏତ , କତାର , ବାହାରିନ ଭଳି ଦେଶରେ କୌଣସି ଆଭ୍ୟନ୍ତରୀଣ ଜାତୀୟ ଟ୍ରେନ ନେଟୱର୍କ କିମ୍ୱା ଲମ୍ୱା ଦୂରଗାମୀ ଯାତ୍ରୀ ଟ୍ରେନ୍ ଚାଲେ ନାହିଁ। ଏହାର ମୁଖ୍ୟ କାରଣ ଏହି ସବୁ ଦେଶର ଭୌଗୋଳିକ ଆକାର ଛୋଟ। ଏଠାର ଜନସଂଖ୍ୟା ଖୁବ୍ ସୀମିତ। ତୈଳ ଉପରେ ଲୋକେ ଅଧିକ ନିର୍ଭରଶୀଳ। ଦେଶର ଆକାର ଛୋଟ ହେବା କାରଣରୁ ଲୋକେ କମ୍ ଦୂରତା ଯାତ୍ରା କରି ଥା’ନ୍ତି।

ଏଥିପାଇଁ ଆକର୍ଷଣୀୟ ରାସ୍ତା ସବୁ ନିର୍ମିତ ହୋଇଛି। ସେମାନଙ୍କ ପାଖରେ ଅତ୍ୟଧିକ ସଂପତ୍ତି ଓ ଆଧୁନିକ ଏକ୍ସପ୍ରେସୱେ ଅଛି, ଏଥିପାଇଁ ବ୍ୟକ୍ତିଗତ କାର ଓ ବସ ପରିବହନର ମୁଖ୍ୟ ସାଧନ। ଗୋଟିଏ ଦେଶରୁ ଆଉ ଏକ ଦେଶକୁ ଯିବା ପାଇଁ ମଧ୍ୟ ଲୋକେ କାର ଓ ବସରେ ଯାତ୍ରା କରନ୍ତି। ଏହି କାରଣରୁ ରେଲ ନେଟୱର୍କର ଆବଶ୍ୟକ ପଡ଼ି ନଥାଏ।

ହେଲେ, ଦୀର୍ଘ ଦୂରତାର ଟ୍ରେନ ନଥିବା ସତ୍ତ୍ୱେ, ଏହି ସବୁ ଦେଶ ସହରୀ ପରିବହନକୁ ସହଜ କରିବା ପାଇଁ ସୁନ୍ଦର ମେଟ୍ରୋ ନେଟୱର୍କ ବିକଶିତ କରିଛନ୍ତି। ଉଦାହରଣ ସ୍ୱରୂପ , କତାରରେ ଦୋହା ମେଟ୍ରୋ ସଫଳତାପୂର୍ବକ ଚାଲୁଛି।

ଗଲ୍ଫ ଦେଶରେ ସାଉଦୀ ଓ ୟୁଏଇରେ ପୂର୍ବରୁ ଏକ ରେଲନେଟୱର୍କ ଅଛି ଏବଂ ସେଠାର ଲୋକେ ଗୋଟିଏ ସହରରୁ ଆଉ ଏକ ସହରକୁ ଯିବା ପାଇଁ ହାଇସ୍ପିଡ୍ ଟ୍ରେନ ଓ ଇଣ୍ଟରସିଟିର ବ୍ୟବହାର କରନ୍ତି। ଏବେ ଅନ୍ୟ ଗଲ୍ଫ ଦେଶ ଗୁଡ଼ିକୁ ପରସ୍ପର ସହ ଯୋଡ଼ିବା ପାଇଁ ଏକ ନୂଆ ରେଲୱେ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହାର ନାମ ଜିସିସି (ଗଲ୍ଫ କୋ-ଅପରେସନ କାଉନ୍ସିଲ) ରେଲୱେ ପ୍ରୋଜେକ୍ଟ । ଏହି ଅନୁସାରେ କୁଏତ , କତାର , ବାହାରିନ , ସାଉଦୀ ଆରବ, ସଂଯୁକ୍ତ ଆରବ ଏମିରେଟ୍ ଓ ଓମାନକୁ ଆଖାପାଖରେ ଯୋଡ଼ିବା ପାଇଁ ୨,୧୧୭ କିଲୋମିଟର ଲମ୍ୱର ଏକ ବିଶାଳ ଗଲ୍ଫ ରେଲୱେ ପରିପ୍ରକଳ୍ପର ନିର୍ମାଣ ଚାଲିଛି।

୨୦୩୦ ସୁଦ୍ଧା ଏହି ରେଲୱେ ପ୍ରକଳ୍ପର ସଂପୂର୍ଣ୍ଣ ହେବାର ଦାବି କରାଯାଉଛି। ଗଲ୍ଫ ରେଲୱେ ଅଥୋରିଟି ଘୋଷଣା କରିଛି ଯେ, ବର୍ତ୍ତମାନ ଯୋଜନା ଗୁଡ଼ିକ ଅନୁସାରେ ଏହି ପ୍ରକଳ୍ପ ଡିସେମ୍ୱର ୨୦୩୦ ସୁଦ୍ଧା ପୂରା ହୋଇଯିବ ଏବଂ ସଦ୍ୟ ଅପଡେଟ୍ରୁ ଜଣାପଡ଼େ ଯେ, ଏହି ମହତ୍ତ୍ୱାକାଂକ୍ଷୀ ସୀମା ପାର ନେଟୱର୍କରେ ୫୦ ପ୍ରତିଶତ କାମ ପୂରଣ ହୋଇ ସାରିଛି।

ଏଥିଯୋଗୁଁ କତାରରୁ ଲୋକେ ଟ୍ରେନ୍ ଯୋଗେ ବାହାରିନ, କୁଏତ , ଓମାନ ମଧ୍ୟ ଦେଇ ସାଉଦୀ ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ ଯାତ୍ରା କରି ପାରିବେ। ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ମାଧ୍ୟମରେ ଏହି ସବୁ ଛଅଟି ଦେଶକୁ ଏକ ନେଟୱର୍କରେ ଯୋଡ଼ା ଯିବ, ଯାହା ସମୁଦ୍ର ଉପରେ ନିର୍ମିତି ପୋଲ ମାଧ୍ୟମରେ ବାହାରିନ ଓ କତାର ଯାଏ ପହଞ୍ଚିବ। ଏହି ପ୍ରୋଜେକ୍ଟ ୨୦୩୦ ସୁଦ୍ଧା ସଂପୂର୍ଣ୍ଣ ହେବାର ଆଶା ରହିଛି। ସାଉଦୀ ଓ ୟୁଏଇକୁ ଛାଡ଼ି ଅନ୍ୟ ଚାରୋଟି ଦେଶରେ ଏବେସୁଦ୍ଧା ଟ୍ରେନ୍ ଚାଲୁ ନାହିଁ।

ଆହୁରି ମଧ୍ୟ ପଢନ୍ତୁ : Trump-Modi: ସକାଳ ୬ଟା ବାଜିଥିଲା, ଟ୍ରମ୍ପ କହିଲେ ଚାଲ ମୋଦିଙ୍କୁ ଫୋନ୍ କରିବା ... ସର୍ଗିଓ ଗର୍ କହିଲେ ଦୁଇ ବିଶ୍ବ ନେତାଙ୍କ ବନ୍ଧୁତାର କାହାଣୀ