30 JUNE 2026

Welcome!

Unlock your personalized experience.
Sign Up

Swapna Shastra : ସ୍ଵପ୍ନରେ ଭଗବାନଙ୍କୁ ପୂଜା କରୁଥିବା ଦେଖୁଛନ୍ତି କି ? ଜାଣନ୍ତୁ ଏହା କି ସଙ୍କେତ...

Jun 30, 2026 - 15:11
Swapna Shastra : ସ୍ଵପ୍ନରେ ଭଗବାନଙ୍କୁ ପୂଜା କରୁଥିବା ଦେଖୁଛନ୍ତି କି ? ଜାଣନ୍ତୁ ଏହା କି ସଙ୍କେତ...

ଭୁବନେଶ୍ଵର, ୩୦/୦୬ : ଶୋଇବା ବେଳେ ସମସ୍ତଙ୍କୁ କିଛି ନା କିଛି ସ୍ଵପ୍ନ ଆସେ। ସ୍ଵପ୍ନଶାସ୍ତ୍ର ଅନୁସାରେ ଏହି ସ୍ଵପ୍ନ ଗୁଡ଼ିକର ଅର୍ଥ ଥାଏ। ଭବିଷ୍ୟତରେ ଘଟିବାକୁ ଥିବା କିଛି ଘଟଣା ବିଷୟରେ ଏହା ପୂର୍ବାଭାଷ ହୋଇଥାଏ। ତେବେ ଆପଣ ଜାଣିଛନ୍ତି କି ? ସ୍ଵପ୍ନରେ ଆଳତୀ କିମ୍ଵା ପୂଜା କରିବାର ଦେଖିଲେ କି ସଙ୍କେତ ମିଳେ ?

ସ୍ଵପ୍ନ ଶାସ୍ତ୍ର ଅନୁସାରେ, ଯଦି କୌଣସି ବ୍ୟକ୍ତି ପୂଜା କରୁଥିବା ଦେଖନ୍ତି, ତାହେଲେ ତାହା ଶୁଭ ସଙ୍କେତ ହୋଇଥାଏ। ଏହାର ଅର୍ଥ ତାଙ୍କ ଜୀବନରେ ଚାଲୁଥିବା ଅସୁବିଧା ଧୀରେ ଧୀରେ ଦୂର ହେବ। ଉକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଆଧ୍ୟାତ୍ମିକତା ଓ ଆତ୍ମବିଶ୍ଵାସ ବଢୁଛି। ତାଙ୍କୁ ମାନସିକ ଶାନ୍ତି ମଧ୍ୟ ମିଳୁଛି। ଯଦି ଦୀର୍ଘ ଦିନ ଯାଏଁ କୌଣସି କାମ ଅଟକି ରହିଛି, ତାହେଲେ ମଧ୍ୟ ଏହା ପୂରଣ ହେବାର ସମ୍ଭାବନା ରହିଛି। 

ଯଦି ସ୍ଵପ୍ନରେ ଦୀପ ଜାଳି ଆଳତୀ କରୁଥିବା ଦେଖନ୍ତି, ତାହେଲେ ଜାଣିବେ ଆପଣଙ୍କ ଜୀବନରୁ ନକାରାତ୍ମକତା ଦୂର ହେଉଛି। ଶୁଭ ଅବସର ମିଳିବାର ସମ୍ଭାବନା ବଢୁଛି। ପରିବାରକୁ ସୁଖ-ଶାନ୍ତି ଫେରୁଛି। ମନରେ ଥିବା ଅଶାନ୍ତି ଧୀରେ ଧୀରେ ଦୂର ହେଉଛି। 

ଯଦି ସ୍ଵପ୍ନରେ କୌଣସି ମନ୍ଦିରରେ ପୂଜା କରୁଥିବା ଦେଖୁଥିବେ ତାହେଲେ ଜାଣିବେ, ଆପଣଙ୍କ ମନୋସ୍କାମନା ଖୁବ୍ ଶୀଘ୍ର ପୂରଣ ହେବ। କିଛି ଶୁଭ ଖବର ମିଳିବ। ଜୀବନରେ କୌଣସି ସକାରାତ୍ମକତା ପରିବର୍ତ୍ତନ ହେବ। 

ସ୍ଵପ୍ନରେ ଆପଣ ଭଗବାନଙ୍କୁ ପୂର୍ଣ୍ଣ ଶ୍ରଦ୍ଧାର ସହ ଆରାଧନା କରୁଥିବା ଦେଖୁଥିଲେ ଜାଣିବେ ଆପଣଙ୍କୁ ପରିଶ୍ରମର ଫଳ ମିଳିବ। ସେହିପରି ଯଦି ସ୍ଵପ୍ନରେ ଯଦି ପୂଜା ଅଧୁରା ରହିଥିବା ଦେଖନ୍ତି ତାହେଲେ ଏହାର ଅର୍ଥ ଆପଣ ଜୀବନରେ କୌଣସି ଅଧୁରା କାମ ରହିଛି। ଯାହା ଉପରେ ଆପଣଙ୍କୁ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ। ଏହି ସ୍ଵପ୍ନ ବ୍ୟକ୍ତିକୁ ଧର୍ଯ୍ୟ ରଖିବା ପାଇଁ ସଙ୍କେତ ଦେଇଥାଏ। 

ସ୍ଵପ୍ନରେ ପୂଜା କରୁଥିବା ଦେଖିଲେ ସକାଳୁ ଉଠି ଭଗବାନଙ୍କ ପୂଜା କରନ୍ତୁ। ଦାନ-ପୂନ୍ୟ କରନ୍ତୁ। ଈଶ୍ଵରଙ୍କ ଉପରେ ଆସ୍ଥା ରଖି ଭଲ ମନରେ ପୂଜା କରନ୍ତୁ। 

ଆହୁରି ପଢନ୍ତୁ-  ଆମ ଶରୀରରୁ ନିର୍ଗତ ଝାଳରୁ କାହିଁକି ବାହାରେ ଦୁର୍ଗନ୍ଧ ? ଜାଣନ୍ତୁ କାରଣ …

How Did the Malini River Disappear from Puri's Grand Road?