କାଲି  ଖୋର୍ଦ୍ଧା ରୋଡ୍ ଡିଭିଜନ୍‌ରେ ୮ ମେମୁ ଟ୍ରେନ୍‌ ବାତିଲ: ଜାଣନ୍ତୁ କାହିଁକି…

Jul 06, 2026 - 20:07
କାଲି  ଖୋର୍ଦ୍ଧା ରୋଡ୍ ଡିଭିଜନ୍‌ରେ ୮ ମେମୁ ଟ୍ରେନ୍‌ ବାତିଲ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୬।୭: ଯାତ୍ରୀମାନଙ୍କ ପାଇଁ ଜରୁରୀ ସୂଚନା। ମାଳତୀପାଟପୁର ଓ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ଆଧୁନିକୀକରଣ ଓ ରେଳ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ଆସନ୍ତାକାଲି ଖୋର୍ଦ୍ଧା ରୋଡ୍ ରେଳ ଡିଭିଜନ୍‌ର ୮ଟି ମେମୁ ଟ୍ରେନ୍‌କୁ ବାତିଲ କରାଯାଇଛି।

ରେଳବାଇ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଖୋର୍ଦ୍ଧା ରୋଡ୍–ପୁରୀ ଓ କଟକ–ପୁରୀ ମେମୁ ଟ୍ରେନ୍‌ ଉଭୟ ଦିଗରୁ ବାତିଲ ରହିବ। ସେହିପରି ଭଦ୍ରକ–କଟକ ଏବଂ କଟକ–ପାରାଦୀପ ମେମୁ ଟ୍ରେନ୍‌ ମଧ୍ୟ ଉଭୟ ପଟୁ ଚଳାଚଳ କରିବ ନାହିଁ।

ଏହି କାର୍ଯ୍ୟ ପାଇଁ ରେଳ ଚଳାଚଳରେ ସାମୟିକ ପରିବର୍ତ୍ତନ କରାଯାଇଥିବାରୁ ଦୈନିକ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଯାତ୍ରା ପୂର୍ବରୁ ଟ୍ରେନ୍‌ର ସ୍ଥିତି ଯାଞ୍ଚ କରିବାକୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଯାତ୍ରୀମାନେ ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ (NTES) କିମ୍ବା ରେଳବାଇର ଅଧିକୃତ ମାଧ୍ୟମରେ ଟ୍ରେନ୍‌ର ସର୍ବଶେଷ ସ୍ଥିତି ଯାଞ୍ଚ କରି ଯାତ୍ରା କରିବାକୁ ଅନୁରୋଧ କରାଯାଇଛି।

 

Dharitri – Odisha’s No.1 Odia Daily

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।