କାଠଯୋଡ଼ି ନଦୀପଠା ହତ୍ୟା ଘଟଣାରେ ପୁଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୁରାକ

Oct 13, 2026 - 13:26
କାଠଯୋଡ଼ି ନଦୀପଠା ହତ୍ୟା ଘଟଣାରେ ପୁଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୁରାକ

କଟକ: କାଠଯୋଡ଼ି ନଦୀପଠା ହତ୍ୟା ଘଟଣା । ଅଭିଯୁକ୍ତକୁ ଧରିବାକୁ ପୁଲିସର ଚଢ଼ଉ । କାଠଯୋଡ଼ି ନଦୀପଠାରେ ମହିଳାଙ୍କୁ ହତ୍ୟା ଘଟଣାରେ ପୁଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୁରାକ। ମୃତ ମହିଳାଙ୍କ ଘର କଳାହାଣ୍ଡି ଜିଲ୍ଲାର ହୋଇଥିବା ବେଳେ ତାଙ୍କ ବାପଘର ନୂଆପଡ଼ା ଅଞ୍ଚଳରେ। ଅଭିଯୁକ୍ତ ତାଙ୍କର ସମ୍ପର୍କୀୟ ଏବଂ ପୂର୍ବରୁ ପରିଚିତ ବୋଲି ଜଣାପଡ଼ିଛି। ତାକୁ ଧରିବା ପାଇଁ ପୁଲିସର ବିଭିନ୍ନ ଟିମ୍ ଚଢ଼ଉ ଜାରି ରଖିଛନ୍ତି। ସିସିଟିଭି ଫୁଟେଜରେ ଅଭିଯୁକ୍ତ ଓ ମୃତ ମହିଳାଙ୍କ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି। ଉଭୟ ସିଏନ୍‌ବିଟିକୁ ବସ୍‌ରେ ଆସିବା ପରେ ସେଠାରୁ ଚାଲିଚାଲି ସିଟି କଲେଜ ସାମ୍ନା କାଠଯୋଡ଼ି ନଦୀପଠାକୁ ଯାଇଥିଲେ। ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଦିନ ସମୟରେ ହିଁ ହତ୍ୟାକାଣ୍ଡ ଘଟିଛି। ଘଟଣାସ୍ଥଳରୁ ମହିଳାଙ୍କ ମୃତଦେହ ସହ ପ୍ଲାଷ୍ଟିକ ବିଛଣା, ଷ୍ଟିଲ୍ ପାତ୍ର, ପ୍ଲେଟ୍ ଓ ଚାଉଳ ଆଦି ଜବତ ହୋଇଛି। ମହିଳାଙ୍କ ହାତରେ ଲେଖାଥିବା ‘ଅଭିନାଶ-ଗୌରୀ’ ଶବ୍ଦକୁ ନେଇ ମଧ୍ୟ ତଦନ୍ତ ଚାଲିଛି। ଅଭିଯୁକ୍ତର ପୂର୍ବ ରେକର୍ଡକୁ ଦୃଷ୍ଟିରେ ରଖି ଦୁଷ୍କର୍ମ ସନ୍ଦେହ କରାଯାଉଛି। ଏଥିପାଇଁ ସ୍ୱାବ୍ ନମୁନା ସଂଗ୍ରହ କରି ଫୋରେନସିକ୍ ଲାବୋରେଟୋରିକୁ ପଠାଯାଇଛି। ଅଭିଯୁକ୍ତ ବାରମ୍ବାର ଠିକଣା ବଦଳାଉଥିବାରୁ ତାକୁ ଧରିବା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)