କରୁର ଦଳାଚକଟା ଘଟଣା, ମୃତକ ପରିବାରକୁ ଚାକିରି ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ
ଚେନ୍ନାଇ,୨୮।୭: ତାମିଲନାଡୁର କରୁର ଦଳାଚକଟା ଘଟଣାରେ ମୃତକଙ୍କ ପରିବାରକୁ ସରକାରୀ ନିଯୁକ୍ତି ଦେବା ପାଇଁ ତାମିଲନାଡୁ ସରକାରଙ୍କ ଏକ ନିର୍ଦ୍ଦେଶନାମାକୁ ମାଡ୍ରାସ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଶକ୍ତ ଧକ୍କା ଲାଗିଛି।
ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକାଧିକ ଜନସ୍ବାର୍ଥ ମାମଲା (ପିଆଇଏଲ୍) ରୁଜୁ ହୋଇଥିଲା। ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଦଳାଚକଟା ଘଟଣାର ସିବିଆଇ ତଦନ୍ତ ଚାଲିଥିବାବେଳେ ଏହା ଉପରେ କୌଣସି ଟିପ୍ପଣୀ ଦେବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ଗତବର୍ଷ ସେପ୍ଟେମ୍ବର ୨୭ରେ ବିଜୟଙ୍କ ଦଳର ରାଲି ବେଳେ ଦଳାଚକଟା ଘଟି ୪୧ ଜଣଙ୍କ ମୃତ୍ୟୁ ହୋଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।