ଏଇ ଭାରତରେ

Jul 28, 2026 - 08:45
ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର ମାତ୍ରିଗ୍ରାମର ମହିଳା ମୁମତାଜ ବେଗମ ଶିକ୍ଷା ଶେଷ ପରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିଲେ। ପରେ ପରିବାର ଚାପରେ ମୁମତାଜଙ୍କୁ ବାହା ହେବାକୁ ପଡ଼ିଥିଲେ ମଧ୍ୟ ତାଙ୍କ ମନରେ କିଛି ନୂତନତ୍ୱ ଆଣିବାର ଇଚ୍ଛାଶକ୍ତି ଦୃଢ଼ ଥିଲା। ସମୟକ୍ରମରେ ସେ ଶ୍ୱଶୁର ଘରର ଦାୟିତ୍ୱ ତୁଲାଇବା ସହ ରାଜ୍ୟରେ ଜଣେ ସଫଳ ମେଣ୍ଢା ଚାଷୀ ହୋଇପାରିଛନ୍ତି। ନିଜେ ସ୍ବାବଲମ୍ବୀ ହେବା ସହ ନିଯୁକ୍ତି ସୃଷ୍ଟି କରିଛନ୍ତି ।
ସେ ଏବେ ମେଣ୍ଢାଚାଷରୁ ମାସକୁ ୧ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି। ବଡ଼ କଥା ହେଉଛି ମୁମତାଜ ଶ୍ୱଶୁର ଘରକୁ ଆସିବା ପରେ ୨୦୧୮ରେ ପ୍ରଥମେ ୨୦ଟି ମେଣ୍ଢା ରଖିଥିଲେ। ପରେ ହୋଲିଷ୍ଟିକ ଏଗ୍ରିକଲଚର ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ(ଏଚ୍‌ଏଡିପି) ରୁ ୫୦ଟି ମେଣ୍ଢା ଆଣିବା ପରେ ତାହାର ସହଯୋଗ ପାଇଥିଲେ। ଯୋଜନାବଦ୍ଧ ଭାବେ ସେ ମେଣ୍ଢାଚାଷକୁ ଏବେ ବ୍ୟାପକ କରିଛନ୍ତି। ତାଙ୍କ ଫାର୍ମରେ ଏବେ ୫୦୦ରୁ ଊର୍ଦ୍ଧ୍ୱ ମେଣ୍ଢା ଅଛନ୍ତି। ଏମାନଙ୍କୁ ଚରାଇବା ଓ ଯତ୍ନ ନେବା ଲାଗି ସେ ୧୦ ଜଣ ବ୍ୟକ୍ତିଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।