କଟକ-ଜଗତସିଂହପୁର କଲେଜ କ୍ୟାମ୍ପସରେ ଉତ୍ତେଜନା !

Oct 13, 2026 - 12:22
କଟକ-ଜଗତସିଂହପୁର କଲେଜ କ୍ୟାମ୍ପସରେ ଉତ୍ତେଜନା !

ନନ୍ଦିଘୋଷ ବ୍ୟୁରୋ:  ପାଖେଇ ଆସୁଛି ନିର୍ବାଚନ । ଆଉ ମାତ୍ର ୨ ଦିନ ପରେ ବଛା ହେବେ ଛାତ୍ର ନେତା । l ସେଥିପାଇଁ କ୍ୟାମ୍ପସ ପଲିଟିକ୍ସ ଯେମିତି ବଢି ବଢି ଚାଲିଛି, ଠିକ୍ ସେମିତି ବିଶୃଙ୍ଖଳା ମଧ୍ୟ ବଢିବାରେ ଲାଗିଛି । ଏହାରି ଭିତରେ ଜଗତସିଂହପୁର ଏସ୍.ଭି.ଏମ୍ କଲେଜ ଫାଟକ ସମ୍ମୁଖ  ଅଶାନ୍ତ ହୋଇ ପଡିଛି l କଲେଜ ଫାଟକ ସମ୍ମୁଖରେ ପୋଲିସର କ୍ୟାମ୍ପ ରହିଛି ତଥାପି ଡର ଭୟ ଟିକେ ନାହିଁ l  ଦୁଇ ଗୋଷ୍ଠୀ ମୁହାମୁହିଁ ରେ ଏଭଳି ପରିସ୍ଥିତି ଉପୁଜିଲା ଯେ ପୋଲିସ ଫୋର୍ସ ଆସି ଘଟଣା ସ୍ଥଳରେ ପହଂଚିବାକୁ ପଡିଲା l ଏ ଦୃଶ୍ୟ ହିଁ ବୟାନ୍ କରୁଛି , ଛାତ୍ର ସଂସଦ ନିର୍ବାଚନ କେତେ ସ୍ୱଛ, ଅବାଧ ଓ ନିରପେକ୍ଷ ଭାବେ ଚାଲିଛି l ଜଗତସିଂହପୁର ଏସ୍ ଭି ଏମ୍ କଲେଜ ସମ୍ମୁଖରେ କାହିଁକି ଓ କଣ ପାଇଁ ଏଭଳି ଉତେଜନା ମୂଳକ ପରିସ୍ଥିତି ଲାଗି ରହୁଛି ତାକୁ ନେଇ ଜିଲ୍ଲା ପ୍ରଶାସନ ଘନ ଘନ ଗସ୍ତ ଗସ୍ତ ବି କରୁଛନ୍ତି l କଲେଜ କ୍ୟାମ୍ପସ ଠାରୁ ଶହେ ମିଟର ଭିତରେ କୌଣସି ବ୍ୟାନର ଲଗାଇକୁ ବାରଣ କରାଯାଇପାରିବ ନାହି ନାହିଁ କୁହାଯାଉଥିବା ବେଳେ ଏଠି ଏହା କେମିତି ସମ୍ଭବପର ହୋଇ ପାରିଛି ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି  l କାହା ନିର୍ଦ୍ଦେଶରେ ବଡ ବଡ ହୋର୍ଡ଼ିଂ ଲାଗିଛି ତାକୁ ନେଇ ପ୍ରଶ୍ନ ଉଠିଛି ।  ଲିଙ୍ଗଡୋ କମିସନରଙ୍କ ନିୟମକୁ ଫୁ କରିଦିଆଯାଇଛି ବୋଲି ଜଗତସିଂହପୁର ଜିଲ୍ଲାରେ ଆଲୋଚନା ଜୋର୍ ଧରିଛି l ବର୍ତ୍ତମାନ  କଲେଜ ଫାଟକ ନିକଟରେ ପୋଲିସ କ୍ୟାମ୍ପ କରି ରହିଛି l ଧାରଣା ଉଠିଯାଇଛି l ପରିସ୍ଥିତି ଶାନ୍ତ ଥିଲେ ମଧ୍ୟ ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଛା ଲାଗି ରହିଛି l ଯେହେତୁ ଆଉ ଦୁଇ ଦିନ ପରେ ଭୋଟ୍ ପଡିବ ସେଥିପାଇ ନିର୍ବାଚନରେ ମାହୋଲ ଉଷ୍ଣ ହେବାରେ ଲାଗିଛି l

ସେପଟେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଏରକଣା ପୁଷ୍ପଗିରି ମହାବିଦ୍ୟାଳୟରେ ଗତ ଦୁଇଦିନ ଧରି ଅନାହାରରେ ଅନଶନରେ ବସିଛନ୍ତି ଛାତ୍ର ନେତା । ଏହି ମହାବିଦ୍ୟାଳୟର ଯୁକ୍ତ ତିନି ବିଜ୍ଞାନ ଛାତ୍ର ରୁଦ୍ର ନାରାୟଣ କରଙ୍କର ପ୍ରାର୍ଥୀପତ୍ର ଉପସ୍ଥାନ କମ ହେବାରୁ କଟିଯିବା ପରେ ସେ ଏହାକୁ ବିରୋଧ କରି ଆମରଣ ଅନଶନରେ କଲେଜ ଅଧକ୍ଷଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ତାଙ୍କର ଉପସ୍ଥାନ ଆବଶ୍ୟକ ଅନୁସାରେ ରହିଛି, କିନ୍ତୁ ଜାଣିଶୁଣି ତାଙ୍କ ନାଁ କଟାଯାଇଥିବା ସେ ଅଭିଯୋଗ କରିଥିବା ବେଳେ ନିୟମ ଅନୁସାରେ ସମସ୍ତ ପଦକ୍ଷେପ ନିଆଯାଇଅଛି ଏବଂ ଛାତ୍ର ଜଣଙ୍କୁ ବୁଝାଯିବା ସହ ତାଙ୍କ ସ୍ୱସ୍ଥ୍ୟବସ୍ଥା ପାଇଁ କଲେଜ ସଜାଗ ଅଛି ବୋଲି ଅଧକ୍ଷ କହିଛନ୍ତି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)