ଏହି କାରଣରୁ ବଦଳିଲା ଭାରତ-ଆୟାର୍ଲାଣ୍ଡ ମ୍ୟାଚ୍ ସମୟ

Jun 25, 2026 - 16:14
ଏହି କାରଣରୁ ବଦଳିଲା ଭାରତ-ଆୟାର୍ଲାଣ୍ଡ ମ୍ୟାଚ୍ ସମୟ

ନୂଆଦିଲ୍ଲୀ: ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଆୟାର୍ଲାଣ୍ଡ ଟି-୨୦ ସିରିଜ୍ । ୨ ମ୍ୟାଚ ବିଶିଷ୍ଠ ଏହି ସିରିଜ ପାଇଁ ଭାରତୀୟ ଟିମ୍ ଏବେ ଆୟାର୍ଲାଣ୍ଡ ଗସ୍ତେର ଅଛି । ପୂର୍ବରୁ ମ୍ୟାଚ ପାଇଁ ସମୟ ଘୋଷଣା ହୋଇଥିବାବେଳେ ଏବେ ସମୟ ପରିବର୍ତ୍ତନ ହୋଇଛି । ପୂର୍ବରୁ ଘୋଷଣା ହୋଇଥିବା ସମୟ ବଦଳିବା ପଛର ଏକ ବଡ଼ କାରଣ ରହିଛି ।

ଭାରତ- ଅଷ୍ଟ୍ରେଲିଆ ମଧ୍ୟେର ଖେଳାଯିବାକୁ ଥିବା ମୁକାବିଲା ପାଇଁ ସମୟେର ପରିବର୍ତ୍ତନ ହୋଇଛି । ମହିଳା ଟି-୨୦ ବିଶ୍ବକପରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟେର ହେବାକୁ ଯାଉଛି ମ୍ୟାଚ୍ । ଆସନ୍ତା ୨୮ ତାରିଖରେ ଏହି ମ୍ୟାଚ ଖେଳାଯିବାକୁ ରହିଛି । ସେହିଦିନ ଭାରତ-ଆୟାର୍ଲାଣ୍ଡ ଦିତୀୟ ଟି-୨୦ ମୁକାବିଲା ଅନୁଷ୍ଠିତ ହେବ । ସମୟ ସମାନ ହୋଇଥିବାବେଳେ ଗୋଟିଏ ଘଣ୍ଟା ପୂର୍ବରୁ ଖେଳାଯିବ ମ୍ୟାଚ୍ ।

ଭାରତୀୟ ସମୟ ଅନୁସାରେ ଉଭୟ ମ୍ୟାଚ ସଂନ୍ଧ୍ୟା ୭ଟାରେ ଖେଳାଯିବାକୁ ରହିଥିଲା । ମାତ୍ର ଏହା ଗୋଟିଏ ଘଣ୍ଟା ପୂର୍ବରୁ ଅଥବା ୬ଟାରେ ଖେଳାଯିବାକୁ ସମୟ ସ୍ଥିର ହୋଇଛି । ଏନେଇ କ୍ରିକବଜରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ମହିଳା ଦଳର ମ୍ୟାଚ ୭ଟାରେ ଖେଳାଯିବ । ମାତ୍ର ଭାରତ-ଆୟାର୍ଲାଣ୍ଡ ମ୍ୟାଚ ୬ଟାରେ ଖେଳାଯିବ ।

ଡେବ୍ୟୁ କରିବେ ବୈଭବ

ଆୟାର୍ଲାଣ୍ଡ ବିପକ୍ଷ ସିରିଜ ପାଇଁ ଦଳରେ ସ୍ଥାନ ପାଇଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଏହି ୧୫ ବର୍ଷୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଲଗାତାର ଦୁଇଟି ଆଇପିଏଲ ସିଜିନରେ କମାଲ ବ୍ୟାଟିଂ କରିଥିଲେ । ୨୦୨୬ ସିଜିନରେ ସର୍ବାଧିକ ସ୍କୋର କରିଥିବାବେଳେ ଅରେଞ୍ଜ କ୍ୟାପର ଅଧିକାରୀ ହୋଇଥିଲେ । ଏବେ ସେ ଇଂଲଣ୍ଡ ଏବଂ ଆୟାର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ସେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ତାଙ୍କ ବ୍ୟାଟିଂ ଦେଖିବାକୁ ବିଶ୍ବର ଅଭିଜ୍ଞ ଖେଳାଳି ମଧ୍ୟ ଚାହିଁ ରହିଛନ୍ତି ।

ଏହାସହ ପଢ଼ନ୍ତୁ : ICC: ପୋଷ୍ଟ-ପ୍ରେଗ୍ନେନ୍ସି ଗାଇଡଲାଇନ୍ କଣ ? ମା' ହେବା ପରେ ବି ଖେଳିପାରିବେ ମହିଳା କ୍ରିକେଟର