CM Vijay's Filmy Style Viral : ତାମିଲନାଡୁ ସିଏମ ବିଜୟ ଥଲାପତିଙ୍କ ଭିଡିଓ ଭାଇରାଲ, ଲୋକଙ୍କ ସହ ବସରେ କଲେ ଯାତ୍ରା
ନୂଆଦିଲ୍ଲୀ : ଅଭିନେତାରୁ ନେତା ଓ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିବା ଥାଲାପତି ବିଜୟଙ୍କ ଫିଲ୍ମ ଅନ୍ଦାଜରେ ଲୋକଙ୍କ ପାଇଁ ନିଷ୍ପତ୍ତି ନେବାର ନଜର ଆସୁଛି। ଗୁରୁବାର ତାମିଲନାଡୁ ସିଏମ୍ ବିଜୟ ଚେନ୍ନାଇରେ ତାମିଲନାଡୁ ରାଜ୍ୟ ପରିବହନ ନିଗମ ପକ୍ଷରୁ ଲୋକଙ୍କ ପାଇଁ ୩୦୦ଟି ନୂଆ ବସର ଉଦଘାଟନ କରିଛନ୍ତି। ଏହାପରେ ସେ ଏକ ନୂଆ ବସରେ ବସି ଲୋକଙ୍କ ସହ ଯାତ୍ରାର ଆନନ୍ଦ ନେଲେ। ବିଜୟଙ୍କ ସହ ଏହି ସମୟରେ ମଧ୍ୟ ଆହୁରି ଯାତ୍ରୀ ବସି ଥିଲେ, ଯିଏ ଲଗାତାର ତାଙ୍କର ଭିଡିଓ କରୁ ଥିଲେ। ଏବେ ଏହି ଭିଡ଼ିଓ ଖୁବ୍ ଜୋରରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଐତିହାସିକ ବିଜୟ ହାସଲ କରି ତାମିଲନାଡୁର କ୍ଷମତାରେ ବସି ଥିବା ଥଲାପତି ବିଜୟ ବିରୋଧୀ ହମଲାକୁ ସମ୍ମୁଖୀନ ହୋଇ ମୁଖ୍ୟମନ୍ତ୍ରୀ ପଦର କର୍ତ୍ତବ୍ୟ ନିର୍ବାହ କରୁଛନ୍ତି। ଗୁରୁବାର ଏହି କ୍ରମରେ ସେ ୩୦୦ ସିଏନଜି ଓ ଡିଜେଲ ବସର ଉଦଘାଟନ କରିଛନ୍ତି। ଏହି ସମୟରେ ସେ ବସ କଣ୍ଟକ୍ଚରଙ୍କ ସହ କଥା ହେବା ସହ ବସର ଛୋଟ ବଡ଼ ଜିନିଷକୁ ଧ୍ୟାନକୁ ନେଇଥିଲେ। ଏହି ଯାତ୍ରା ବେଳେ ମୁଖ୍ୟମନ୍ତ୍ରୀ ବିଜୟ କଳା ଚଷମା ଓ ସଫା ସର୍ଟ ପିନ୍ଧିବାର ନଜର ଆସିଥିଲେ।
ରିଲରୁ ରିୟଲ ଲାଇଫ୍ ନାୟକ ହୋଇ ଥିବା ଥଲାପତି ବିଜୟ ଫିଲ୍ମ ଗୁଡ଼ିକରେ ନିଷ୍ପତ୍ତି ନେବା ଓ ଆକ୍ସନ କରିବାର ନଜର ଆସିଥିଲା। କିନ୍ତୁ ୪ ମେ’ରେ ତାମିଲନାଡୁର ଲିଜେଣ୍ଡରୀଙ୍କୁ ହରାଇ ଐତିହାସିକ ବିଜୟ ହାସଲ କରିବା ପରେ ବିଜୟ ଲଗାତାର ଲୋକଙ୍କ ହିତ ପାଇଁ ନିଷ୍ପତ୍ତି ନେଉ ଥିବାର ନଜର ଆସୁଛି। ନିଜର ଶପଥ ପାଠର ତୁରନ୍ତ ପରେ ସେ ମହିଳା ସୁରକ୍ଷା ଓ ଡ୍ରଗ୍ ମାଫିଆକୁ ନେଇ ଆଇନ ଗଠନ କରି ଥିଲେ। ଏହାପରେ ସେ ରୋଜଗାରକୁ ନେଇ ମଧ୍ୟ ପ୍ରୟାସ ଆରମ୍ଭ କରି ଥିଲେ। ହେଲେ ବିରୋଧୀ ପାର୍ଟିମାନେ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ ନକରି ଶପଥ ଗ୍ରହଣ ସମାରୋହ ବେଳେ ଜାତୀୟ ସଙ୍ଗୀତ ଓ ବନ୍ଦେ ମାତରମକୁ ବଜା ଯିବାକୁ ନେଇ ପ୍ରଶ୍ନ ଉଠାଇ ଥିଲେ। ହେଲେ ନିକଟରେ ବିଜୟ ବିଧାନସଭା ଅଧିବେଶନର ପ୍ରଥମ ଦିନ ହିଁ ପୁର୍ନବାର ଜାତୀୟ ସଙ୍ଗୀତ ବଜାଇ ଥିଲେ ଏବଂ ପୁଣି ଏହି ମାମଲାରେ ଦୋହରା ନୀତି ନେଇ ଡିଏମକେର ସମାଲୋଚନା କରିଥିଲେ।
ବିଜୟ ଯଦିଓ ରିଲ୍ ଲାଇଫର ଛବିକୁ ରିୟଲ ଲାଇଫରେ ଲାଗୁ କରିବା ଦିଗରେ ଦେଖୁଛନ୍ତି , କିନ୍ତୁ ଉଭୟ ଜୀବନର ବାସ୍ତବତାରେ ପ୍ରଭେଦ ରହିଛି। ତାଙ୍କର ରାଜନୀତିକ ଯାତ୍ରା ଏକ ନିଆରା ଅନ୍ଦାଜ ସହ ଆରମ୍ଭ ହୋଇଥିଲା, କିନ୍ତୁ ରୋଡ୍ ଶୋ’ ବେଳେ ଧାଁ ଦୌଡ଼ର ଭିଡ଼ରେ ଯେବେ ଡର୍ଜନ ଲୋକଙ୍କ ମୃତ୍ୟୁ ହୋଇଥିଲା, ସେତେବେଳେ ଲାଗୁଥିବା ଯେ, ବିଜୟଙ୍କ ରାଜନୀତିକ କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଗଲା , କିନ୍ତୁ ବିଜୟ ସେହି ଠାରେ ରହି ନଯାଇ ସଂଘର୍ଷ କରିବା ଆରମ୍ଭ କରିଥିଲେ । ଏହାପରେ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ସେ ଅନ୍ୟ କୌଣସି ପାର୍ଟି ସହ ଚୁକ୍ତି ନକରି ଏକୁଟିଆ ନିର୍ବାଚନ ଲଢିଲେ ଏବଂ ଐତିହାସିକ ବିଜୟ ହାସଲ କରିଥିଲେ । ଏହାପରେ ଗଠବନ୍ଧନରେ କିଛି ଉତ୍ଥାନ ପତନ ହେବା ପରେ ବିଜୟ ବହୁମତ ଯାଏ ପହଞ୍ଚି ଗଲେ ଏବଂ ଏଆଇଡିଏମକେର ବିଭାଜନ ପରେ ସେ ବହୁମତ ଠାରୁ ବହୁତ ଅଧିକ ସଂଖ୍ୟା ହାସଲ କରି ନେଇ ଥିଲେ।
ଆହୁରି ମଧ୍ୟ ପଢନ୍ତୁ : Ketan Siya Case : କେତନଙ୍କୁ ରାସ୍ତାରୁ ହଟେଇବାକୁ କରିଥିଲେ ବଡ଼ ପ୍ଲାନିଂ , ମିଳିଲା ହତ୍ୟାକାଣ୍ଡ ପୂର୍ବ ଦିନର ସିସିଟିଭି ଭିଡିଓ