ବରଗଡ଼ରେ ଆଲୋଡ଼ନ: ବିଚ୍‌ ରାସ୍ତାରେ ଯୁବତୀଙ୍କୁ ରୋଡ ରୋମିଓଙ୍କ ଅସଦାଚରଣ, ଦେଖନ୍ତୁ VIDEO

Jul 28, 2026 - 11:02
ବରଗଡ଼ରେ ଆଲୋଡ଼ନ: ବିଚ୍‌ ରାସ୍ତାରେ ଯୁବତୀଙ୍କୁ ରୋଡ ରୋମିଓଙ୍କ ଅସଦାଚରଣ, ଦେଖନ୍ତୁ VIDEO

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ଆଜିକାଲି ସୋସିଆଲ ମିଡିଆରେ ବରଗଡ଼ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବିଚ୍‌ ରାସ୍ତା ଉପରେ ଜଣେ ଯୁବତୀଙ୍କୁ ଅନ୍ୟଜଣେ ଯୁବକ ଅସଦାଚରଣ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ଭିଡିଓଟି ବରଗଡ଼ ପଞ୍ଚାୟତ କଲେଜ ରାସ୍ତାର ନାକାପଡା ଛକର ଏବଂ ଯୁବତୀ ଜଣକ ଜଣେ ଛାତ୍ରୀ ବୋଲି ଅନୁମାନ କରାଯାଉଛି। ଯୁବତୀ ଜଣକ ରାସ୍ତାରେ ଚାଲି ଚାଲି ଆସୁଥିବା ସମୟରେ ରାସ୍ତାକଡ଼ରେ ପୂର୍ବରୁ ଛିଡ଼ା ହୋଇଥିବା ଯୁବକ ଜଣକ ତାଙ୍କ ଶରୀରକୁ ହାତ ମାରୁଥିବା ଏବଂ ଏହାପରେ ଯୁବତୀ ଜଣକ ଭୟରେ ଦୌଡି ପଲାଉଥିବା ଭିଡିଓରୁ ପରିଲକ୍ଷିତ ହୋଇଛି। ଏହି ଭିଡିଓଟି ଦ୍ରୁତ ବେଗରେ ଭାଇରାଲ ହେଉଥିବା ବେଳେ ଅଭିଯୁକ୍ତ ଯୁବକକୁ ତୁରନ୍ତ ଗିରଫ ସହିତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୋସିଆଲ ମିଡ଼ିଆରେ ଦାବି ହେଉଛି। ଘଟଣାଟି ସୋମବାରର ଏବଂ ଘଟଣାସ୍ଥଳ ନିକଟରେ ଜେସିବି ଗାଡ଼ିରେ ଚାଲୁଥିବା ଡ୍ରେନ କାମର ଭିଡିଓ ମୋବାଇଲରେ ଉତ୍ତୋଳନ କରୁଥିବା ସମୟରେ ଯୁବତୀଙ୍କୁ ଅସଦାଚରଣ ସମୟର ଦୃଶ୍ୟ ମଧ୍ୟ କଏଦ ହୋଇଥିବା ଏବଂ ଏହାପରେ ତାହା ଭାଇରାଲ ହେଉଥିବା କୁହାଯାଉଛି। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଉପରେ ପୋଲିସ ଆଗକୁ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାକୁ ସମସ୍ତେ ଚାହିଁ ବସିଛନ୍ତି।

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।