ଉପକାରୀ କଳା ଚଣା

କଳା ଚଣା ଏକ ଶସ୍ତା ଏବଂ ପୋଷଣରେ ଭରପୂର ‘ସୁପରଫୁଡ୍’, ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ପ୍ରୋଟିନ୍, ଫାଇବର୍, ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଅନେକ ଜରୁରୀ ଭିଟାମିନ୍ ଓ ମିନେରାଲ୍ସ ରହିଥାଏ । ଯାହା ମଧୁମେହ ଏବଂ ହୃଦ୍ରୋଗର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରେ ବୋଲି ବିଶେଷଜ୍ଞ ମତ ଦେଇଥାଆନ୍ତି । କଳା ଚଣା ଏବଂ କାବୁଲି ଚଣା ଦୁଇଟିଯାକ ପୋଷକ ତତ୍ତ୍ୱରେ ଭରପୂର ହୋଇଥିବାରୁ ଏହାକୁ ସନ୍ତୁଳିତ ଆହାରରେ ସାମିଲ କରାଯାଇପାରିବ । ଚଣାରେ ଥିବା ଫାଇବର୍ ଓ ପ୍ରୋଟିନ୍ ପେଟକୁ ଅଧିକ ସମୟ ପୂର୍ଣ୍ଣ ରଖିବା ସହ ହଜମ ପ୍ରକ୍ରିୟାକୁ ଉନ୍ନତ କରି କୋଷ୍ଠକାଠିନ୍ୟ ଦୂର କରେ ଏବଂ ଏହାର କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯୋଗୁଁ ଏହା ରକ୍ତରେ ଶର୍କରା ଅଂଶକୁ ହଠାତ୍ ବଢ଼ିବାକୁ ଦିଏ ନାହିଁ । ଏହା ବ୍ୟତୀତ ଏଥିରେ ଥିବା ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଆଇରନ୍ ରକ୍ତଚାପ ନିୟନ୍ତ୍ରଣ କରିବା ସହ ରକ୍ତହୀନତାରୁ ରକ୍ଷା କରିଥାଏ ଏବଂ କ୍ୟାଲସିୟମ୍ ହାଡ଼କୁ ମଜବୁତ କରେ। ଚଣାକୁ ସକାଳ ଜଳଖିଆରେ ଭିଜାଇ, ସାଲାଡ୍, ଚାଟ୍, ତରକାରୀ କିମ୍ବା ଶୁଖିଲା ଭାଜି ସ୍ନାକ୍ସ ଭାବେ ଖିଆଯାଇପାରିବ । ଯେଉଁଥିମଧ୍ୟରୁ ‘ଗଜା ଚଣା’ ସବୁଠାରୁ ଅଧିକ ପୁଷ୍ଟିକର ହୋଇଥିବାବେଳେ ‘ସିଝା ଚଣା’ ହଜମ ପାଇଁ ସହଜ ଏବଂ ‘ଭଜା ଚଣା’ ପେଟକୁ ଅଧିକ ସମୟ ଭରି ରଖିବାରେ ସାହାଯ୍ୟ କରେ । ତେବେ ଏହାକୁ ଖାଇବା ଆଗରୁ ଡାକ୍ତରଙ୍କ ପରାମର୍ଶ ନେଇ ନିଜ ଖାଦ୍ୟରେ ସାମିଲ କରନ୍ତୁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।